ଡକ୍ଟର ଏସ୍.ଏନ୍. ସୁବାରାଓଙ୍କ ପରଲୋକରେ ‘ଶ୍ରଦ୍ଧାଞ୍ଜଳି’
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ଗାନ୍ଧିବାଦୀ, ଅହିଂସା, ସଦ୍ଭାବନାର ପୂଜାରୀ ଏବଂ ଭାରତର ଯୁବମାନସର ପ୍ରତୀକ, ଜାତୀୟ ଯୁବ ପ୍ରକଳ୍ପର ପ୍ରତିଷ୍ଠାତା ଡ଼ ଏସ୍.ଏନ୍. ସୁବରାଓଙ୍କର ପରଲୋକ ସମ୍ପର୍କରେ ଆପଣ ଅବଗତ ଥିବେ । ସେହି ମହାନ୍ ଆତ୍ମାଙ୍କର ସ୍ମୃତିରେ ଆସନ୍ତା ୭ ନଭେମ୍ବର ୨୦୨୧ରିଖ ଅପରାହ୍ନ ୩.୩୦ ମିନିଟ୍ ସମୟରେ ଭାରତ ସ୍କାଉଟ୍ ଏବଂ ଗାଇଡସ୍ ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଉଛି । ଏହି ସ୍ମୃତିସଭାରେ ଓଡିଶାର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଡକ୍ଟର ସୁବାରାଓଙ୍କର ସ୍ମୃତିଚାରଣ କରିବା ସହ ସେମାନଙ୍କର ଶ୍ରଦ୍ଧା ସୁମନ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଅଛି ।ଏହି ପରିପ୍ରେକ୍ଷୀରେ ଆପଣଙ୍କୁ ବିନମ୍ର ନିବେଦନ, ଆପଣ ଏହି ସଭାରେ ଯୋଗଦେଇ ଆପଣଙ୍କର ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଏହି ମହାନ୍ ଆତ୍ମାଙ୍କ ପ୍ରତି ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ପ୍ରକାଶଯୋଗ୍ୟ କି, ରାଜକିଶୋର ନାୟକ ନ୍ୟାସନାଲ ମେମୋରିଆଲ ଫାଉଣ୍ଡେସନ, ଭାରତ ସ୍ମାଉଟ ଏବଂ ଗାଇଡ଼ ଏବଂ ଜାତୀୟ ଯୁବ ପ୍ରକଳ୍ପ, ଓଡ଼ିଶା ଏହି ସ୍ମୃତି ସଭା ଆୟୋଜନକରୁଛନ୍ତି । ଆପଣଙ୍କର ସଦୟ ଉପସ୍ଥିତି କାମ୍ୟ ।