ଡକ୍ଟର ବି.ଆର୍. ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ଉଦଯାପନ ସମାରୋହ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ଭାରତ ରତ୍ନ ବାବା ସାହେବ ଡକ୍ଟର ବି.ଆର୍. ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ଉଦଯାପନ ସମାରୋହ ଓଡିଶା ରାଜ୍ୟ ଅନୁସୂଚିତ ଜାତି ଓ ଉପଜାତି ଶିକ୍ଷକ କଲ୍ୟାଣ ମହାସଂଘ ତରଫରୁ ଭଞ୍ଜନଗର ସ୍ଥିତ କୋର୍ଟ ଲାଇବ୍ରେରୀ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବି.ଇ.ଓ ଏସ୍ ଧନଞ୍ଜୟ ,ପୂର୍ବତନ କେ.ଏସ୍.ୟୁ.ବି କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ବାଳ, ଉପଖଣ୍ଡ ଲୋକ ସୂଚନା ଅଧିକାରୀ ଗୌରୀ ଶଙ୍କର ଶତପଥୀ , ତନରଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠୀ ଙ୍କ ସମେତ ରାଜ୍ୟ ସଭାପତି ବଶୀଂଧର ନାୟକ, ଉପଦେଷ୍ଟା ପ୍ରସନ୍ନ ବେହେରା ପ୍ରମୁଖ ମଞ୍ଚାସୀନ ରହି ବାବା ସାହେବ ଆମ୍ବେଦକରଙ୍କ ସମ୍ବନ୍ଧରେ ଆଲୋଚନା କରିଥିଲେ I ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ସୁନନ୍ଦା ବେହେରା ଏବଂ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ସଂପାଦକ କାଳୀ ଚରଣ ନାୟକ I କାର୍ଯ୍ୟକ୍ରମରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ବଂଶୀଧର ଦଣ୍ଡିଆ,ରମେଶ ଚନ୍ଦ୍ର ବେହେରା, କୈଳାସ ପ୍ରଧାନ,ତ୍ରିନାଥ ବେହେରା,ଅଶ୍ବିନୀ ବେହେରା , ଗଜେନ୍ଦ୍ର ସେଠୀ,କାଳୀ ଚରଣ ସେଠୀ, ଅରୁଣ ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ I


