ଡବଲ ରୋଲ୍ରେ ନଜର ଆସିବେ ଅମିଷା

ନିଜର ଆଗାମୀ ଚଳଚ୍ଚିତ୍ର “ଦେଶୀ ମ୍ୟାଜିକ୍’ରେ ଡବଲ ରୋଲ୍ରେ ନଜର ଆସିବେ ଅଭିନେତ୍ରୀ ଅମିଷା ପଟେଲ । “ଦୁହିତା’ର ଉଦ୍ଘାଟନ ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଅମିଷା କହିଥିଲେ, ଆଗକୁ ତାଙ୍କର ୨/୩ଟି ଚଳଚ୍ଚିତ୍ର ଆସୁଛି । ତହିଁରୁ “ଦେଶୀ ମ୍ୟାଜିକ୍’ ଚଳଚ୍ଚିତ୍ରକୁ ସେ ନିଜେ ପ୍ରଯୋଜନା କରୁଛନ୍ତି । ଆଗକୁ ମଧ୍ୟ ଆହୁରି ୨ଟି ଚଳଚ୍ଚିତ୍ର ସମ୍ପର୍କରେ ଘୋଷଣା ହେବ । ସେହିପରି ଆସନ୍ତା ରବିବାର ଆରମ୍ଭ ହେବାକୁ ଯାଉଥିବା “ବିଗ ବସ୍’ରେ ଦର୍ଶକ ଅମିଷାଙ୍କୁ ଦେଖିବାକୁ ପାଇବେ । “ବିଗ ବସ୍’କୁ ସଂଯୋଜନା କରୁଥିବା ସଲମନ୍ ଖାନ୍ ଏ ସମ୍ପର୍କରେ ସବିଶେଷ ଘୋଷଣା କରିବେ । ଅମିଷା କହିଥିଲେ, “ବିଗ୍ ବସ୍’କୁ ନେଇ ଅନେକଙ୍କ ମନରେ ଭିନ୍ନ ଧାରଣା ରହିଛି । ସେଠାରେ ସବୁକିଛି ପୂର୍ବରୁ ସ୍ଥିରୀକୃତ ହୋଇଥିବା କୁହାଯାଉଛି । ମାତ୍ର ଏହା ସତ ନୁହେଁ । ଅନ୍ୟ ରିଅଲିଟି ସୋ’ ଭଳି ମଧ୍ୟ ଏହା ଏକ ରିଅଲିଟି ସୋ’ । ଏଥିରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନଙ୍କୁ କୌଣସି ପ୍ରକାର ଯନ୍ତ୍ରପାତି ବ୍ୟବହାର କରିବାର ସଯୋଗ ଦିଆଯାଇ ନ ଥାଏ । ପ୍ରାକୃତିକ ପରିବେଶରେ ସେମାନଙ୍କୁ ରହିବାକୁ ସୁଯୋଗ ମିଳିଥାଏ । ତେବେ ବିଗ୍ ବସ୍ରେ ତାଙ୍କର କେଉଁ ଭୂମିକା ରହିବ ବୋଲି ପ୍ରଶ୍ନର ଉତ୍ତରରେ ଅମିଷା ଜାଣି ନ ଥିବା କହିଥିଲେ । ଏ ସମ୍ପର୍କରେ ୨୯ତାରିଖ ଦିନ ହିଁ ସବୁକିଛି ଜଣାପଡ଼ିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ