ଡ଼ଃ. ଅଜୟ କୁମାର ତ୍ରିପାଠୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଭ୍ୟ ଭାବେ ଦାୟୀତ୍ୱ ଗ୍ରହଣ କଲେ
ବ୍ରହ୍ମପୁର,(ୱାଇଏନଏସ): ବିଶିଷ୍ଟ ଶିକ୍ଷାବିତ୍, ଗବେଷକ, ସମାଜସେବୀ ତଥା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅଜୟ କୁମାର ତ୍ରିପାଠୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଭ୍ୟ ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହୋଇ ଡ଼ଃ ତ୍ରିପାଠୀ ଏହି ପଦରେ ଆଗାମୀ ଚାରିବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଭ୍ୟ ଭାବେ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିବେଶର ବିକାଶ, ଉନ୍ନତ ମାନର ଗବେଷଣା ତଥା ବିଶ୍ୱବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ଡ଼ଃ ତ୍ରିପାଠୀ ଏକ ସାକ୍ଷତକାରରେ କହିଛନ୍ତି, ଏହି ଅବସରରେ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣା ପକ୍ଷରୁ ଡ଼ଃ ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଥିଲା ଏହି କାର୍ଯ୍ୟକ୍ରମରେର ଅରୁଣାର ମୁଖ୍ୟ ଶ୍ରୀ ଲୋକନାଥ ମିଶ୍ର, ଅରୁଣାର ସଦସ୍ୟ ସୁକାନ୍ତ କୁମାର ଆଚାର୍ଯ୍ୟ, ସୁସ୍ମିତା ଭୋଇ, ସଚ୍ଚିକାନ୍ତ ସାହୁ, ସୂର୍ଯ୍ୟସ୍ମିନ ପଣ୍ଡିତ, ମନୋଜ ତରାଇ, ମନୋଜ ବେହେରା, ଆଶିଷ ବେହେରା ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ଉପସ୍ଥିତ ଥିଲେ.