ଡ଼ଭାର ପଞ୍ଚାୟତ ପକ୍ଷରୁ କରୋନା ମୁକାବିଲା ପାଇଁ ଆଇସୋଲେସନ ଵେଡ ପ୍ରସ୍ତୁତ
ଗୋପ, (ଗଣେଶ ଚନ୍ଦ୍ର ବେହେରା): ଗୋପ ବ୍ଲକ ଅନ୍ତର୍ଗତ ଡ଼ଭାର ଗ୍ରାମ ପଞ୍ଚାୟତ ପକ୍ଷରୁ କରୋନା ମହାମାରୀ କୋଭିଡ ୧୯ ର ମୁକାବିଲା କରିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯିବା ସହ ଲକ ଡାଉନ ନିର୍ଦ୍ଦେଶନାମାକୁ ପାଳନ କରିଵା ସହ ସାମାଜିକ ଦୂରତା ରକ୍ଷା ପାଇଁ ପଂଚାୟତ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି। ଖଵରରୁ ପ୍ରକାଶ ଯେ କରୋନା ମହାମାରୀ କୋଭିଡ ୧୯ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପଂଚାୟତ ସ୍ତରରେ ଆଇସୋଲେସନ ସେଣ୍ଟର ଖୋଲାଯିବା ସହ ପଂଚାୟତର ପ୍ରତ୍ୟେକ ଗ୍ରାମରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଉଛି। ଏହି ପରିପ୍ରେକ୍ଷୀରେ ଗୋପ ଥାନା ଅଧୀନସ୍ଥ ଡ଼ଭାର ଗ୍ରାମ ପଞ୍ଚାୟତ ପକ୍ଷରୁ ୨୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ ବେଡ ଡ଼ଭାର ଗ୍ରାମ ବିଦ୍ୟାଳୟ ଠାରେ କରାଯାଇଛି। ଏହି କେନ୍ଦ୍ରକୁ ନିୟମିତ ସାନିଟାଇଜ କରାଯିବା ସହ ସରପଞ୍ଚଙ୍କ ପ୍ରତିନିଧି ଅକ୍ଷୟ ଭୋଇ ଏହି କେନ୍ଦ୍ରର ଦାୟିତ୍ୱରେ ଅଛନ୍ତି। ଏହି କେନ୍ଦ୍ରରେ ପାନୀୟଜଳ ଯୋଗାଣ ପାଇଁ ଆକ୍ୱାଗାର୍ଡ ବ୍ୟଵସ୍ଥା, ୨୪ ଘଣ୍ଟା ଵିଦ୍ୟୁତ୍ ଵ୍ୟଵସ୍ଥା ପାଇଁ ଇନଭୋଟର,ପରିମଳ ଵ୍ୟଵସ୍ଥା ପାଇଁ ୪ଗୋଟି ଶୌଚାଳୟ, ପ୍ରତ୍ୟେକ ବେଡ ନିକଟରେ ସାଵୁନ,ଵାଲଟି ମଗ ସହସାନିଟାଇଜର ରଖାଯାଇଛି। ଏହି ପରିପ୍ରେକ୍ଷୀରେ ପଂଚାୟତ ପକ୍ଷରୁ ସୁରଟରୁ ଆସିଥିବା ୧୦ ଜଣ ପ୍ରବାସୀମାନେ ଆସି ଅଛନ୍ତି। ତାଙ୍କୁ କ୍ୱାରାନଟାଇନ କେନ୍ଦ୍ରରେ ରଖାଯିବା ସହ ନିୟମିତ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଉଛି ବୋଲି ସରପଞ୍ଚ ସୂଚନା ଦେଇଛନ୍ତି ।ଏହି ଅବସରରେ ଗ୍ରାମ ପଞ୍ଚାୟତ ର ଜନସାଧାରଣଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯିଵା ସହ ମାକ୍ସ ଵ୍ୟବହାର ଓ ସାନିଟାରୀଯ ସ୍ପ୍ରେ କରିବା ସହ ପଞ୍ଚାୟତ ର ସମସ୍ତ ୱାର୍ଡ କୁ ସଫେଇ କାର୍ଯ୍ୟ ଜାରି ରହିଛି ବୋଲି ସରପଞ୍ଚ ମାନିନୀ ଭୋଇ ସୂଚନା ଦେଇଛନ୍ତି ।


