ଡ଼ା. ମାୟାଧର ସାହୁ ଗଜପତିର ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ନୂତନ ଶିକ୍ଷାଧିକାରୀ ଭାବେ ଡ଼ା. ମାୟାଧର ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି. ଏଥି ପୂର୍ବରୁ ଜିଲ୍ଲା ଶିକ୍ଷାଧିକାରୀ ଥିବା ପ୍ରଦୋଷ ନାୟକ ପଦୋନ୍ନତି ପାଇ ଅସେପାର ଡେପୁଟି ଡାଇରେକ୍ଟର ଭାବେ ଦାୟିତ୍ବ ନେବା ପରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ପଦବୀ ଖାଲି ପଡିଥିଲା. ଡ଼ା. ମାୟାଧର ସାହୁ ନୂତନ ଭାବେ ଜିଲ୍ଲା ଶିକ୍ଷାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି. ଦାୟିତ୍ୱ ଗ୍ରହଣ କରିବା ପରେ ଗଜପତି ଜିଲ୍ଲାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଭାଗୀୟ କର୍ମକର୍ତ୍ତା ନୂତନ ଶିକ୍ଷାଧିକାରୀ ଡ଼ା. ମାୟାଧର ସାହୁଙ୍କୁ ସ୍ୱାଗତ ଜଣାଇ ଅଭିନନ୍ଦନ ଜ୍ଞାପନ କରିଛନ୍ତି.