ଡାକ୍ତର ଦିବସରେ ସାରା ଭାରତକୁ ମନେ ପକାଇଲା ସାରା ଭାରତ

( ଯୁଗାବ୍ଦ ନ୍ୟୁଜ )  ଆଜି ହେଉଛି ଡାକ୍ତର ଦିବସ । ସମାଜରେ ଡାକ୍ତରଙ୍କ ଅବଦାନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଭାରତ ବର୍ଷରେ ଜୁଲାଇ ୧ ତାରିଖକୁ ଡାକ୍ତର ଦିବସ, ରୁପେ ପାଳନ କରାଯାଇଥାଏ । ପଶ୍ଚିମବଙ୍ଗର ଦ୍ୱତୀୟ ମୁଖ୍ୟମନ୍ତ୍ରୀ ତଥା ଡାକ୍ତର ବିଧାନ ଚନ୍ଦ୍ର ରଏଙ୍କ ଜନ୍ମ ଦିବସକୁ ଡାକ୍ତର ଦିବସ ରୁପେ ପାଳନ କରାଯାଇଥାଏ ।
ଡାକ୍ତର ବିଧାନ ଚନ୍ଦ୍ର ରଏଙ୍କ ଜୀବନୀ-
ଡାକ୍ତର ବିଧାନ ଚନ୍ଦ୍ର ରଏ ଜୁଲାଇ ୧ରେ ଜନ୍ମ ଗ୍ରହଣ କରିଥିଲେ । ସେ ଏହି ଦିନରେ ମୃତ୍ୟୁ ବରଣ ମଧ୍ୟ କରିଥିଲେ । ୧୯୪୮ ମସିହା ଜାନୁୟାରୀ ୨୩ରେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏହା ସହ ସେ ଉତ୍ତର ପ୍ରଦେଶର ୧୯୪୭ ମସିହାରେ ଉତ୍ତରପ୍ରଦେଶର ରାଜ୍ୟପାଳ ଥିଲେ । । ୧୯୬୧ ମସିହା ଫବୃୟାରୀ ୪ ତାରିଖରେ ୮୦ ବର୍ଷ ବୟସରେ ତାଙ୍କୁ ଭାରତ ରତ୍ନ ଉପାଧି ମିଳିଥିଲା । ଇଣ୍ଡିଆନ ଇନଷ୍ଟିଟ୍ୟୁଡ ଅଫ ମେଣ୍ଟାଲ ହେଲ୍ଥ ର ନିର୍ମାଣ କରିବା ପାଇଁ ସେ ଗୁରୁତ୍ୱପୁର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ । ଏହା ସହ ସେ ଜାଭେଦକର ଟି.ବି ହସ୍ପିଟାଲ , ଚିତରଞ୍ଜନ ସବୋ ସଦନ, କମଳା ନେହେରୁ ହସ୍ପିଟାଲ, ଆର.ଜି. କର ମେଡିକାଲ କଲେଜ , ଚିତରଞ୍ଜନ କ୍ୟାନସର ହସ୍ପିଟାଲ ପ୍ରଭୃତି ର ପ୍ରତିଷ୍ଠାତା ଥିଲେ । ଡାକ୍ତର ବିଧାନ ଚନ୍ଦ୍ର ରଏ ମହାତ୍ମା ଗାନ୍ଧୀଙ୍କର ଅତି ଘନିଷ୍ଠ ଥିଲେ୍ । ଡାକ୍ତରଙ୍କ ସୁରକ୍ଷା ବର୍ତ୍ତମାନ ସମଗ୍ର ଦେଶରେ ଚିନ୍ତାର ବିଷୟ ପାଲଟିଛି । ଡାକ୍ତରଙ୍କ ପ୍ରତି ହିଂସା ଦିନକୁ ଦିନ ବଢିବାରେ ଲାଗିଛି । ଏହା ଜନସମାଜ ପାଇଁ ଚିନ୍ତାର କାରଣ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ