ଡାକ୍ତର ପରଭେଜ ଅକ୍ତରଙ୍କ ପିତୃ ବିୟୋଗ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ଗ୍ରାମର ସମାଜସେବୀ ତଥା ଡାକ୍ତର ପରଭେଜ ଅକ୍ତରଙ୍କ ପିତା ସେକ ହୁମାୟନଙ୍କ ୬୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭିର ଶୋକର ଛାୟା ଖେଳି ଯାଇଛି । ସେ ଜଣେ ପରୋପକାରି, ମିଷ୍ଟଭାଷି ବ୍ୟକ୍ତି ଭାବରେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଗରାପୁରସ୍ଥିତ ବାସଭବନକୁ ଯାଇ ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ହୁମାୟନଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡା ପୋରାଞ୍ଚଳ ଅନ୍ତର୍ଗତ ଫକିରାବାଦରେ ଜନାଜାପାଠ କରାଯାଇ ରସୁଲାବାଦ କବରସ୍ତାନରେ କବର ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ହୁମାୟନଙ୍କ ପୁତ୍ର ଡାକ୍ତର ପରଭେଜ ଅକ୍ତରଙ୍କ ସମେତ ପୂର୍ବତନ କାଉନସିଲର ହିବଜୁର ରହେମାନ, ବିଜେପି ନେତା ମହମ୍ମଦ ସଲିମ ଖାନ, ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକ୍ତର ପ୍ରମୁଖ ବହୁ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।