ଡାକ୍ତର ହରିଶ୍ଚନ୍ଦ୍ର ଜେନାଙ୍କ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରାକ୍ତନ ସଭାପତି ସ୍ୱର୍ଗତ ଡା. ହରିଶ୍ଚନ୍ଦ୍ର ଜେନାଙ୍କର ୮୯ତମ ଜୟନ୍ତୀ ଉତ୍ସବ ଓ ନବବର୍ଷ ବନ୍ଧୁ ମିଳନ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ଜେନାଙ୍କ ବାସଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରିୟାନୁଷ୍ଠାନ କମିଟିର ନବନିର୍ବାଚିତ ସଭାପତି ନିରଞ୍ଜନ ପରିଡ଼ା ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଜେନା ଓ ତାଙ୍କ ସହଧର୍ମିଣୀଙ୍କ ପ୍ରତିମୂର୍ତ୍ତି ଓ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ଉପସ୍ଥିତ ବ୍ୟକ୍ତିମାନେ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ । ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ, କାର୍ଯ୍ୟକାରୀ ସଭାପତି ଶମ୍ଭୁନାଥ ମହାନ୍ତିଙ୍କ ସମେତ ବିଭିନ୍ନ ସଂଗଠନରୁ ବରିଷ୍ଠ ଆଇନଜୀବୀ ଶରତ କୁମାର ମହାପାତ୍ର, ଅନ୍ତର୍ଯ୍ୟାମୀ ପ୍ରଧାନ, ପ୍ରଭାକର ସାହୁ, ରାଜକିଶୋର ଲେଙ୍କା, ଅକ୍ଷୟ କୁମାର ତ୍ରିପାଠୀ, ଶରତ ଚନ୍ଦ୍ର ଦଳାଇ, ନିରଞ୍ଜନ ରାଉତ, କୁମୁଦ ରଞ୍ଜନ ଗିରି, ଶଚୀନ୍ଦ୍ର ଦାସ, ଇଂ. ଡ. ହୃଷିକେଶ ସାହୁ, ଇଂ. ବନମାଳୀ ନାୟକ, ସୀତାରାମ ପ୍ରଧାନ, ସୁପର ପେଟ୍ରୋନ୍ ସଭ୍ୟ ପୀତାମ୍ବର ପ୍ରଧାନ, ଲକ୍ଷ୍ମୀପ୍ରିୟା ଜେନା, ଶ୍ୟାମସୁନ୍ଦର ଜେନା, ମାତୃଦତ୍ତ ଦାସ, ପ୍ରଫୁଲ୍ଲ କୁମାର ଦାସ, ଡ. କେଶବ ଚରଣ ପଣ୍ଡା, ଅନୀଲ୍ ପଟ୍ଟନାୟକ ଓ ଡା. ସମାପିକା ପରିଡ଼ା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱର୍ଗତ ଡାକ୍ତର ଜେନାଙ୍କ ବହୁମୁଖୀ ପ୍ରତିଭା ଓ ଜନକଲ୍ୟାଣକାରୀ କାର୍ଯ୍ୟ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତା ଗୌରାଙ୍ଗ ପାଣିଗ୍ରାହୀ ଉପସ୍ଥିତ ସଦସ୍ୟମାନଙ୍କୁ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଯୋଗେନ୍ଦ୍ର ମାହାର୍ଣ୍ଣା, ଶଶାଙ୍କ ଶେଖର ଦତ, ଯୋଗେଶ ଚନ୍ଦ୍ର ପ୍ରଧାନ, ଯଶୋଦା ନନ୍ଦନ ଆଶ, ରମେଶ ଚନ୍ଦ୍ର ଜେନା ଓ ଯତୀନ ପାତ୍ର ପ୍ରମୁଖ ସହାୟତା କରିଥିବା ବେଳେ ସରସ୍ୱତୀ ପଣ୍ଡା ଶେଷରେ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ