ଡାକ୍ତର ହେବତ ଏମିତି ରାସ୍ତାରେ ମଧ୍ୟ ଆହତଙ୍କୁ ଚିକିତ୍ସା ଦେଉଛନ୍ତି

ମୋହନା, (ଅଂଶୁମାନ ପଣ୍ଡା):ଦେବଦୂତ ସାଜି ଟ୍ରକ ଭିତରେ ଚାପି ହୋଇ ରହି ଥିବା ଜଣେ ଡ୍ରାଇଭରକୁ ଉଦ୍ଧାର କରି ନିଜ ମାନବିକତାର ପରିଚୟ ଦେଇଛନ୍ତି ଜଣେ ଡାକ୍ତର । ସେ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ କର୍ତବ୍ୟ ନିଷ୍ଠା ଡାକ୍ତର ଏମ.ଶିବରାମ । ଆଜି ଅପରାହ୍ନ ସମୟରେ ଗଞ୍ଜମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ପେପର ବୋଝେଇ ଟ୍ରକଟି ଓଲଟି ପଡିଥିଲା ଫଳରେ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇ ଟ୍ରକ ଭିତରେ ଚାପି ହୋଇ ଛଟପଟ ହେଉଥିଲେ । ଠିକ ସେତିକି ବେଳେ ମୋହନା ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଡାକ୍ତର ଏମ ଶିବରାମ ଦେବଦୂତ ସାଜି ସାଜି ସ୍ଥାନୀୟ ଲୋକଙ୍କ ସହଯୋଗୀ ଟ୍ରକ ଭିତରେ ଚାପି ହୋଇରହିଥିବା ବିହାରର ଟ୍ରକ ଡ୍ରାଇଭର ମୁସ୍ତାଫା ଖାନକୁ ଉଦ୍ଧାର କରିଥିଲେ । ମୋହନାରୁ ଆମ୍ବୁଲାନ୍ସ ଡକାଇ ଦିଗପହଣ୍ଡି ମେଡିକାଲକୁ ପଠାଇବାର ବ୍ୟବସ୍ଥା କରି ପାଟପୁର ପୋଲିସକୁ ଖବର ଦେଇଥିଲେ । ସୂଚନାଯୋଗ୍ୟ, ଟ୍ରକଟି ରାୟଗଡା ଜିଲ୍ଳା ଜେକେ ପେପର ମିଲରୁ ପେପର ନେଇ କଟକ ଅଭିମୁଖେ ଯାଉଥିବା ବେକେ ତପ୍ତପାଣି ଘାଟି ବୁଲାଣିଆ ଘାଟିରେ ଭାରସାମ୍ୟ ହରାଇ ଗାର୍ଡ ଓଲ୍ଲକୁ ଧକ୍କା ଦେଇ ଓଲଟି ପଡିଥିଲା ପାଟପୁର ପୋଲିସ ବର୍ତମାନ ପହଂଚି ଘଟଣାର ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ