ଡାକ ଟିକଟରେ ‘ବନ୍ଦେ ଭାରତ ଏକ୍ସପ୍ରେସ’

(ଯୁଗାବ୍ଦ ନ୍ୟୁଜ) ଡାକ ଟିକଟରେ ସ୍ଥାନ ପାଇଲା ବନ୍ଦେ ଭାରତ ଏକ୍ସପ୍ରେସ । ସୂଚନା ଥାଉ କି ଭାରତର ପ୍ରଥମ ସେମି ହାଇସ୍ପିଡ ଟ୍ରେନ ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଶୁଭାରମ୍ଭ ଫେବୃୟାରୀ ୧୫ ତାରିଖରୁ ହୋଇଥିଲା   । ନୂଆଦିଲ୍ଲୀ ଷ୍ଟେସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ  ଏହି ଡାକ ଟିକଟ ମୂଲ୍ୟ ୫ ଟଙ୍କା ହୋଇଥିବାବେଳେ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଏହି ଟ୍ରେନର ନାମକୁ ଟିକଟରେ ଲେଖାଯାଇଛି   । ଭାରତୀୟ ରେଳର ଚେନ୍ନାଇ କୋଚ ଫ୍ୟାକ୍ଟ୍ରି ଓ ଭାରତୀୟ ଡାକ ବିଭାଗର ମିଳିତ ପ୍ରୟାସରେ ଏବେ ଡାକଟିକଟରେ ସ୍ଥାନ ପାଇଛି ବନ୍ଦେ ଭାରତ ଏକ୍ସପ୍ରେସ  ।ଯାତ୍ରୀ ପିଛା ଏକଜିକ୍ୟୁଟିଭ କ୍ଲାସର ଟିକଟ ମୂଲ୍ୟ ୩୩୧୦ ଟଙ୍କା ଏବଂ ଚେୟାର କାର୍‌ର ଟିକଟ ମୂଲ୍ୟ ୧୭୬୦ ଟଙ୍କା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ