ଡାକ ମଣ୍ଡଳ ତରଫରୁ ଫିଲେଥେଲିକ୍ କ୍ଲବ୍ ଉଦ୍ଘାଟନ

ଛତ୍ରପୁର , ( ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ଡାକ ମଣ୍ଡଳ ତରଫରୁ ବୁଧବାର ଛତ୍ରପୁର ଡାକ ଉପମଣ୍ଡଳ ସହକାରୀ ଡାକ ଅଧୀକ୍ଷକ କିରଣ ମାଳା ପଣ୍ଡାଙ୍କ ସଂଯୋଜନାରେ ଛତ୍ରପୁର ଅନସ୍ଲୋ ହାଇସ୍କୁଲ ଓ ହରିପୁର ବୁରୁଡିର ଲଙ୍ଗେଳେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଫିଲେଥେଲିକ୍ କ୍ଲବ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନେ ଡାକ ଟିକଟ ସଂଗ୍ରହର ଉପାଦେୟତା ସମ୍ବନ୍ଧୀୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବ୍ରହ୍ମପୁର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ମହମ୍ମଦ ଜାଫର ସାଦିକ୍ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଫିଲେଥେଲିକ୍ କ୍ଲବର ସଦସ୍ୟତା ଗ୍ରହଣ କରି ଭାରତ ସରକାରଙ୍କ ଡାକ ବିଭାଗ ତରଫରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ଦିନଦୟାଲ ସ୍ପର୍ଶ ମେଧାବୃତ୍ତି ପରୀକ୍ଷାରେ ଭାଗ ନେବାକୁ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଭରସିୟର ନଳିନୀକାନ୍ତ କର, ପୋଷ୍ଟାଲ୍ ମାର୍କେଟିଂ ଏକଜ୍ୟୁଟିଭ୍ ଗୌରହରୀ ପଣ୍ଡା, ଶିକ୍ଷକ ଶ୍ୟାମ ସୁନ୍ଦର ମହାପାତ୍ର, ପ୍ରମୋଦ କୁମାର ମହାରଣା, ମମତା ନାୟକ, ନିତ୍ୟାନନ୍ଦ ପଣ୍ଡିତ, ବକ୍ରମ କୁମାର ନାହାକ, ରାଧାକୃଷ୍ଣ ଦଳେଇ, ଅରୁଣ କୁମାର ମାନସିଂ, ସନ୍ତୋଷ କୁମାର ବେହେରା, ଦେବସ୍ମିତା ମହାନ୍ତି, ତୁହିନା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଲଙ୍ଗେଳେଶ୍ୱର ହାଇସ୍କୁଲର ପ୍ରଧାନଶିକ୍ଷକ ସୁଜିତ୍ କୁମାର ପଣ୍ଡା ଓ ଅନସ୍ଲୋ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ନମିତା ଦେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ