ଡାଲମିଆ ସିମେଣ୍ଟର ନୂଆ ବ୍ରାଣ୍ଡ ପୋଜିସନିଂ “ଫ୍ୟୁଚର ଟୁଡେ” ଉନ୍ମୋଚିତ
ନୂଆଦିଲ୍ଲୀ,:ଭାରତରେ ଆଠ ଦଶନ୍ଧିରୁ ଉଦ୍ଧ୍ୱର୍ କାର୍ଯ୍ୟ କରୁଥିବା ଅଗ୍ରଣୀ ସିମେଣ୍ଟ କମ୍ପାନୀ ଡାଲମିଆ ସିମେଣ୍ଟ(ଭାରତ) ଲିମିଟେଡ ପକ୍ଷରୁ ଏକ ନୂତନ ବ୍ରାଣ୍ଡ ପରିଚୟ ଏବଂ ପୋଜିସିନଂ ପାଇଁ ଆଜି ଏକ ଜାତୀୟ ମାର୍କେଟିଂ ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ନୂତନ ପୋଜିସନିଂ “ଫ୍ୟୁଚର ଟୁଡେ” ଡାଲମିଆ ଭାରତର ସିମେଣ୍ଟପ୍ରସ୍ତୁତିରେ ସୃଜନଶୀଳତା ଓ ଦେଶ ଗଠନରେ ପ୍ରୟାସକୁ ପ୍ରତିଫଳନ କରୁଅଛି । କମ୍ପାନୀର ଐତିହ ଏବଂ ଭାରତରେ ଏକ ଅଗ୍ରଣୀ ପ୍ରଯୁକ୍ତି ବିଶିଷ୍ଟ ସିମେଣ୍ଟନିର୍ମାତା ଭାବରେ କ୍ରମିକ ବିକାଶ ସମ୍ବନ୍ଧରେ ସୂଚନା ଦେଇ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହେନ୍ଦ୍ର ସିଂଘି କହିଛନ୍ତି “ବିଶ୍ୱରସବୁଜତମସିମେଣ୍ଟନିର୍ମାତା ଭାବରେ ଡାଲମିଆସିମେଣ୍ଟକୁ ମାନ୍ୟତା ମିଳିଛି । ଏହା ୮୦ ବର୍ଷ ଧରି ସିମେଣ୍ଟ ନିର୍ମାଣରେ ସୃଜନଶୀଳତାର ପ୍ରତୀକ ହୋଇ ରହି ଆସିଛି । ଏହି ଫ୍ୟୁଚର ଟୁଡେର ଶୁଭାରମ୍ଭ ସହ ଆମେ ରାଷ୍ଟ୍ର ପ୍ରତି ପ୍ରତିଶୃତବଦ୍ଧତାର ପୁଷ୍ଟି କରୁଛୁ ଏବଂ ଉପଭୋକ୍ତାମାନଙ୍କର ଆଶାଠାରୁ ଅଧିକ ପ୍ରତିଶୃତି ସହ ନିର୍ମାଣ କରିବୁ ।” ଡାଲମିଆ ସିମେଣ୍ଟର ମାର୍କେଟିଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ପ୍ରମେସ ଆର୍ଯ୍ୟ କହିଛନ୍ତି, “ମହତ୍ୱପୂର୍ଣ୍ଣ ମାର୍କେଟ ଶେୟାର ସହ ଡାଲମିଆ ସିମେଣ୍ଟ ଏକ ମଜବୁତ ବ୍ରାଣ୍ଡ । ଫ୍ୟୁଚର ଟୁଡେ ସହ ଆମେ ଉପଭୋକ୍ତାମାନଙ୍କୁ ଦେଇଥିବା ପ୍ରତିଶୃତିକୁ ପାଳନ କରୁଛୁ । ଭାରତରେ ଜନସଂଖ୍ୟା ପରିବର୍ତନ ସହ ବ୍ୟକ୍ତିଗତ ଗୃହ ନିର୍ମାଣକାରୀମାନେ ଅଧିକ ସୁଚିତ ନିର୍ଣ୍ଣୟ ନେଉଛନ୍ତି, ଏହା ଗୋଟିଏ କକ୍ଷ ବିଶିଷ୍ଟ ଗୃହ ହେଉ ବା ବଡ ବଡ ଭିତିଭୂମି ପ୍ରକଳ୍ପ, ଡାଲମିଆ ସିମେଣ୍ଟ ନିର୍ମାଣ ବିଜ୍ଞାନର ସର୍ବାଗ୍ରେ ରହି ଭବିଷ୍ୟତକୁ ସାକାର କରିଆସୁଛି ।” ଡାଲମିଆ ସିମେଣ୍ଟ ଭାରତରେ ବିଶେଷ ସିମେଣ୍ଟଉତ୍ପାଦକମାନଙ୍କ ମଧ୍ୟରେ ଏକ ବୃହତ ସଂସ୍ଥା । ଏହା ବ୍ୟକ୍ତିଗତ ଓ ସଂସ୍ଥାଗତ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଉତ୍ପାଦ ଯୋଗାଇଦେଇଥାଏ । ପ୍ରମୁଖ ବଜାରରେ ଏହା ଡାଲମିଆ ଡିଏସପି ଓ କୋଣାର୍କ ବ୍ରାଣ୍ଡରେ ଉତ୍ପାଦ ଉପଲବ୍ଧ କରାଉଛି । ସାରା ଦେଶରେ ୩୬୦ ଡିଗ୍ରୀ ମାର୍କେଟିଂ ଅଭିଯାନ ଦ୍ୱାରା ଏହି ନୂଆ ପୋଜିସନିଂ ଆଭାସିକ ବାସ୍ତବିକତା ଅନୁଭବ ଦେବାରେ ପ୍ରଥମ ।