ଡିଆର୍‌ଆଇ କୁ ବଡ ସଫଳତା

ସୁନା ଚୋରା ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ୍‌ କରିଛି ଡିରେକ୍ଟୋରେଟ ରେଭିନ୍ୟୁ ଅଫ୍‌ ଇଣ୍ଟଲଜେନ୍ସ(ଡିଆର୍‌ଆଇ)। ମୁମ୍ବାଇରେ ସୁନା ଚୋରା ଚାଲାଣ ଗ୍ୟାଙ୍ଗକୁ ଡିଆର୍‌ଆଇ ଠାବ କରିବା ସହ ୧୧୦ କେଜି ସୁନାକୁ ଜବତ କରିବାରେ ସକ୍ଷମ ହୋଇଛି।

ଏହି ଘଟଣାରେ ଉକ୍ତ ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ସୁନାକୁ ଜାଭେରୀ ବଜାରରେ ବିକ୍ରି କରୁଥିଲେ। ଏହାପରେ ଏହି ଟଙ୍କାକୁ ହାୱାଲା ଚ୍ୟାନେଲ ମାଧ୍ୟମରେ ଦୁବାଇ ପଠାଉଥିଲେ।

ଡିଆର୍‌ଆଇ ଆମେରିକା, ଦୁବାଇ ଓ କେରଳର କୋଚିରେ ବିଭିନ୍ନ କମ୍ପାନୀର ପ୍ରୋପାଇଟର ସାଜିବା ସହ ଏହି ସୁନା ଚୋରା ଚାଲାଣ ଗ୍ୟାଙ୍ଗର କିଙ୍ଗପିନ୍‌ ନିସାର ଆଲିୟର ସହ ୭ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସେହିପରି ଗିରଫଙ୍କ ମଧ୍ୟରେ ଥିବା ସୋହେବ ଜର୍ଦ୍ଦାରୱାଲା ହେଉଛି ଅଜମେରି ଟୁର ଆଣ୍ଡ ଟ୍ରାଭେଲ୍ସର ମାଲିକ।ସେ ବେଆଇନ୍‌ ଭାବେ ଆଇଏସ୍‌ ଆତଙ୍କୀ ସଂଗଠନରେ ଯୋଗଦେଇଥିବା ଆରୀବ ମାଜିଦ୍‌କୁ ଭିସା ଯୋଗଦେଇଥିଲେ। ୨୦୧୬ରେ ଏହି ଘଟଣା ଘଟିଥିବା ବେଳେ ଏନ୍‌ଆଇ ସ୍କାନରେ ସୋହେବ ରହିଥିଲେ।

ଡିଆରଆଇ ୧୧୦ କେଜି ସୁନା ବ୍ୟତୀତ ନଗଦ ୧.୮୧ କୋଟି ଟଙ୍କା ମଧ୍ୟ ଏହି ଗିରଫ ଯୁବକମାନଙ୍କ ଠାରୁ ଜବତ କରିଛି। ଜବତ ସୁନା ଗୁଡ଼ିକ ଥାଳି, ତାର, ରଡ୍‌ ଓ ଦଉଡ଼ି ଆକାରରେ ରହିଥିଲା।

ଡିଆରଆଇ ପ୍ରଥମେ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖିଥିଲା। ସେମାନଙ୍କ ଠାରୁ ଖବର ପାଇ ଅଧିକାରୀମାନେ ଏତେ ବଡ଼ ରାକେଟ୍‌ର ପର୍ଦ୍ଦାଫାସ କରିପାରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ