ଡିଇଓଙ୍କ ହସ୍ତକ୍ଷେପ ପରେ ସୁମଣ୍ଡଳ ହାଇସ୍କୁଲ ବିବାଦ ସମାଧାନ

ବେଗୁନିଆପଡ଼ା : (ଯୁଗାବ୍ଦ ନ୍ୟୁଜ୍)-ଦୀର୍ଘ ଦିନ ଧରି ଏହି ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ରବି ଘୋଷ୍ ନୋଡାଲ ହାଇସ୍କୁଲର ଅବ୍ୟବସ୍ଥା ଗଞ୍ଜାମ୍ ଜିଲ୍ଲା ଶିକ୍ଷାଧିକାରୀ ଡଃ ସନାତନ ପଣ୍ଡାଙ୍କ ହସ୍ତକ୍ଷେପ ଯୋଗୁଁ ଏକ ପ୍ରକାର ସମାଧାନ ହୋଇଛି । ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ବ ହେବ ଏହି ବିଦ୍ୟାଳୟ ପରିସରରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲର ମିଶ୍ରଣ ହୋଇ ନୋଡାଲ ହାଇସ୍କୁଲରେ ପରିଣତ ହେବା ପରେ ଏଠାରେ ପ୍ରକାଶ ଚନ୍ଦ୍ର ପାତ୍ର ପ୍ରଧାନ ଶିକ୍ଷକ ଦାୟିତ୍ଵରେ ରହିଥିଲେ ସୁଦ୍ଧା ଦୀର୍ଘ ଦିନ ହେବ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ନହେବା ସହ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ ଗତ ବର୍ଷରୁ କରାଯାଇ ନଥିଲା । ପରିଚାଳନାଗତ ତ୍ରୁଟିକୁ ନେଇ ସୁମଣ୍ଡଳବାସୀ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ସହ ଗତ ୨୯ ତାରିଖ ଦିନ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ସେହି ଦିନ ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା, ଜିଲ୍ଲା କ୍ରୀଡା ନିରୀକ୍ଷକ ଭାଗୀରଥୀ ସ୍ଵାଇଁ, ବେଗୁନିଆପଡ଼ା ବି ଇ ଓ କମଳାକାନ୍ତ ସାହୁ ପ୍ରମୁଖ ଉକ୍ତ ବିଦ୍ୟାଳୟକୁ ଆସି କମିଟି କାର‌୍ୟ୍ୟକର୍ତ୍ତା ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ଦୀର୍ଘ ୪ ଘଣ୍ଟା ଆଲୋଚନା କରି ସବୁ ସମସ୍ୟାର ସମାଧାନ ପାଇଁ ରାସ୍ତା କରି ଯାଇଥିଲେ । ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ବିଦ୍ୟାଳୟ ପରିସରରେ ସରପଞ୍ଚ ସନ୍ତୋଷୀନି ସାହୁ, ବି ଇ ଓ କମଳାକାନ୍ତ ସାହୁ, ଜିଲ୍ଲା କ୍ରୀଡା ନିରୀକ୍ଷକ ଭାଗୀରଥୀ ସ୍ଵାଇଁ, ପରିଚାଳନା କମିଟି ଅଧ୍ୟକ୍ଷ ବସନ୍ତ ପାଣ୍ଡି, ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ର, ସି ଆର୍ ସି ସନ୍ତୋଷ କୁମାର ସ୍ଵାଇଁ ପ୍ରମୁଖଙ୍କ ଉପସ୍ଥିତିରେ ଗତ ବର୍ଷର ପୋଷାକ ପିଲାଙ୍କୁ ବଣ୍ଟନ କରାଯାଇଥିବା ବେଳେ ବିଦ୍ୟାଳୟ ପରିସରରେ ଯେଉଁ ଦୁଇଟି କାର‌୍ୟ୍ୟାଳୟ ଥିଲା ତାକୁ ଗୋଟେ କରିବା ସହ ହାଇସ୍କୁଲ ଶିକ୍ଷକ ଓ ପ୍ରାଥମିକ ଶିକ୍ଷକ ମିଳିତ ଭବରେ ଉଭୟ ପିଲାଙ୍କୁ ପାଠ ପଢାଇବା ପାଇଁ ବିଧିବଦ୍ଧ ଭାବରେ ନିଷ୍ପତ୍ତି କରାଯାଇଥିଲା । ଦୀର୍ଘ ଦିନ ଧରି ବିଦ୍ୟାଳୟ ପରିସରରେ ଯେଉଁ ଅନିୟମିତତା ଥିଲା ତାହା ଏକ ପ୍ରକାର ସମାଧାନ ହୋଇଛି ଓ ଆଗକୁ ଏହା ସୁରୁଖୁରୁରେ ଚାଲିବ ବୋଲି ନୋଡାଲ ଅଧିକାରୀ ଭାବରେ ଯୋଗ ଦେଇଥିବା ଜିଲ୍ଲା କ୍ରୀଡା ନିରୀକ୍ଷକ ଭାଗୀରଥୀ ସ୍ଵାଇଁ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ