ଡିଏଫଓଙ୍କ କାର୍ଯ୍ୟଳୟରେ ମାରାଥନ ଦୌଡ଼ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟଳୟରେ ମାରାଥନ ଦୌଡ଼ ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଗତ ଦିନରେ ହୋଇଥିବା ସାଇବର ଅପରାଧ, ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଉଦଜାପାନୀ ଅବସରରେ ଏକ ମାରାଥନ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି ପ୍ରତିଯୋଗିତାରେ ବିଜୟି ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଆଜି ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦ ପୁରସ୍କାର ଦେଇ ସମ୍ମାନିତ କରିଥିଲେ । ସେଥି ମଧ୍ୟରେ ପୁରୁଷ ବିଭାଗରେ ଦୀନେଶ ନାୟକ ପ୍ରଥମ, K.N.R. ଗଣେଶ ବର୍ମା ଦ୍ଵିତୀୟ ଓ ସୁରେଶ ଚନ୍ଦ୍ର ପୁତ୍ତା ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ମହିଳା ବିଭାଗରେ ରାଣୀ ଶବର ପ୍ରଥମ, ମନିସା ମଣ୍ଡଳ ଦ୍ଵିତୀୟ ଓ ପୁଷ୍ପଲତା ପୋଲେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ I