ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ଲକ୍ଷ୍ମୀନାରାୟଣ ଯୁବକ ସଙ୍ଘ ସହଯୋଗରେ ପ୍ରତିବର୍ଷ ପରି ଚଳିତବର୍ଷ ବନ୍ୟା ବିପନ୍ନମାନଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ବ୍ରାହ୍ମଣୀ ନଦୀ ବନ୍ୟା ଦ୍ୱାରା ପ୍ରଭାବିତ ସମଗ୍ର ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳକୁ ଦୀର୍ଘ ୧୦ଦିନ ଧରି ଜଳବନ୍ଦୀ କରି ରଖିଥିବା ଦେଖାଯାଇଛି । ଡିଏଭି ସ୍କୁଲ ପକ୍ଷରୁ ବନ୍ୟା ବିପନ୍ନମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ୩ଶହରୁ ଉର୍ଦ୍ଧ୍ୱ ବନ୍ୟା ବିପନ୍ନଙ୍କୁ ଖାଦ୍ୟ ସାମଗ୍ରୀ ଯଥା ଅଟା, ଚୁଡା, ଗୁଡ, ବିସ୍କୁଟ, ଆଳୁ ଓ ପିଆଜ ପ୍ରଭୃତି ଯୋଗାଇ ଦିଆଯାଇଛି । ଜଳବନ୍ଦୀ ଭିତରେ ଥିବା ଲୋକମାନଙ୍କ ପାଖକୁ ଡଙ୍ଗାରେ ଯାଇ ଘରକୁ ଘର ବୁଲି ଏହି ସହାୟତା ପ୍ରଦାନ କରାଯାଇଛି । ଲକ୍ଷ୍ମୀନାରାୟଣ ଯୁବକସଙ୍ଘର ଯୁବ ସମାଜସେବୀ ଅନିଲ କୁମାର ଧଳ, ଆଲୋକ ରଞ୍ଜନ ବିଶ୍ୱାଳ, ବିଶ୍ୱରଞ୍ଜନ ବିଶ୍ୱାଳ, ସୁଶାନ୍ତ କୁମାର ବିଶ୍ୱାଳ ଓ ସରୋଜ କୁମାର ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ପରିଚାଳନା କରିଥିଲେ । ଡିଏଭି ସ୍କୁଲ ଓ ଯୁବକ ସଙ୍ଘର ଏପରି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଛନ୍ତି ।


