କେନ୍ଦ୍ରାପଡାରେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବିଶ୍ୱ ଦିବ୍ୟ ଜୀବନ ସଂଘର ସ୍ରଷ୍ଠା ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ପଟ୍ଟଶିଷ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ୧୦୫ତମ ଜୟନ୍ତୀ ଉତ୍ସବ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀମଦ୍ ଭାଗବତ ପାରାୟଣ, ଗୀତା ପ୍ରବଚନ, ରାମ ଚରିତ ମାନସ ପାରାୟଣ, ବିଶ୍ୱଶାନ୍ତି ପାଇଁ ଅଖଣ୍ଡ ନାମ ସଂକୀର୍ତ୍ତନ, ନାମଯଜ୍ଞ, ଦରିଦ୍ର ନାରାୟଣ ସେବା, ସ୍ୱାସ୍ଥ୍ୟସେବା, ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିବାନନ୍ଦ ଜୟନ୍ତି ଠାରୁ ଚିଦାନନ୍ଦ ଜୟନ୍ତି ପର୍ଯ୍ୟନ୍ତ ଏକ ଅଧ୍ୟାମିôକ ପକ୍ଷ ଶ୍ରୀମା’ଙ୍କ ପତ୍ୟକ୍ଷ ତତ୍ୱାବଧାନରେ ପାଳନ କରାଯାଇଥିଲା । ଶୁକ୍ରବାର ଚିଦାନନ୍ଦ ଜୟନ୍ତି ଉପଲକ୍ଷେ ପ୍ରାତ ସତ୍‌ସଙ୍ଗ, ନଗର ପରିକ୍ରମା, ଦେବାଳୟରେ ପୂଜାର୍ଚ୍ଚନା ପରେ ଗୁରୁଦେବଙ୍କ ପାଦପୂଜା କରାଯାଇଥିଲା । ନବନିର୍ମିତ ଆନନ୍ଦ କୁଟୀର ଓ ଅନ୍ନପୂର୍ଣ୍ଣା କୁଟୀରକୁ ଶ୍ରୀମା ଉଦ୍‌ଘାଟନ କରିଥିଲେ । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଭାଗବତ ଆଲୋଚନା ଚକ୍ରରେ ଆଶ୍ରମର ସମ୍ପାଦକ ଶରତ ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜୀବନ ଦର୍ଶନ ତଥା ମାନବ ସମାଜକୁ ଦିଗ୍‌ଦର୍ଶନ ଉପରେ ଆଲୋକପାତ କରି ଶ୍ରୀମା’ ଶ୍ରଦ୍ଧାଳୁମାନଙ୍କୁ ଆର୍ଶିବଚନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ସ୍ୱାମୀ ରାମଶରଣାନନ୍ଦ ସରସ୍ୱତୀ, ଭୀମସେନ ଦାସଜୀ, ସ୍ୱାମୀ ବିକାଶାନନ୍ଦଜୀ, ପ୍ରଜ୍ଞାନ ମିଶନର ସ୍ୱାମୀ ଗୁରୁକୃପାନନ୍ଦ ଗିରି, ହେମନ୍ତ କୁମାର ପରିଡା, ଡ. ଭାଗ୍ୟଧର ସାହୁ, ଡ. କାଳିପ୍ରସନ୍ନ ଶତପଥୀ, ଗୁଣନିଧି ତ୍ରିପାଠୀ, ସଚ୍ଚିଦାନନ୍ଦ ଜେନା, ଗୈାରାଙ୍ଗ ଚରଣ ସାହୁ, ନିରଞ୍ଜନ ସାହୁ, ମେଜର ଭରତ ଚନ୍ଦ୍ର ଜେନା, ଗୋପବନ୍ଧୁ ନାଥ, ଡଃ. ବାସୁଦେବ ଦାସ, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର କୁମାର ମହାନ୍ତି, ସରକାରୀ ଆଇନଜୀବୀ ସଞ୍ଜୟ କୁମାର ଜେନା, ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, ଶରତ ଚନ୍ଦ୍ର ଜେନା, ରାଜେନ୍ଦ୍ର ନାଥ ମିଶ୍ର, ଦେବେନ୍ଦ୍ର ନାଥ ସାମନ୍ତ, ଶ୍ରୀଧର ଗୁରୁଜୀ ପ୍ରମୁଖ ଯୋଗଦେଇଥିଲେ । କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ବକ୍ତବ୍ୟ ରଖିବା ସହିତ ଶିବାନନ୍ଦ ବିଦ୍ୟାମନ୍ଦିରର ପୂରାତନ ଛାତ୍ରୀ ଗାୟତ୍ରୀ ସ୍ୱାଇଁଙ୍କୁ ପୁରସ୍କୃତ କରିଥିଲେ । ଶିବାନନ୍ଦ ଭଜନଗଙ୍ଗାର ସୁସିଲ କୁମାର ସୁତାର ଓ ସୈାଭାଗିନୀ ମହାପାତ୍ର ଭଜନ ପରିବେଷଣ କରିଥିଲେ । ବ୍ରହ୍ମଚାରୀ ନୃସିଂହ ନାଥଙ୍କ ତତ୍ୱାବଧାନରେ ଶୁଶାନ୍ତ କୁମାର ସ୍ୱାଇଁ, ପରମାନନ୍ଦ ମହାନ୍ତି, ଶରତ ବରାଳ, ପ୍ରଫୁଲ୍ଲ ସାମଲ, ବିଷ୍ଣୁ ସାମଲ, ଗଗନ ସିଂହ, ଶିବାନୀ, ଅର୍ଜୁନ ଦାସ, ସନ୍ତୋଷ କୁମାର ପରିଡା, ସୁଧାକର ମଲ୍ଲିକ, ଶିବାନନ୍ଦ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ