ଡିଏଭି ସ୍କୁଲରେ ସାହିତ୍ୟ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହରର ସମଲପୁରସ୍ଥିତ ଡିଏଭି ସ୍କୁଲରେ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇିଯାଇଛି । ସେଣ୍ଟର ଫର ଏକାଡେମିକ ଏକ୍ସେଲେନ୍ସ ଓ ଡିଏଭି ୟୁନାଇଟେଡର ମିଳିତ ସହଯୋଗ ତଥା ଡିଏଭି ଓଡ଼ିଶା ଜୋନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଫକୀର ମୋହନ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ମନିନ୍ଦ୍ର କୁମାର ମେହେର ଏବଂ ଇଂରାଜୀ ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ସୌମ୍ୟା ସଙ୍ଗୀତା ସାହୁ ବରେଣ୍ୟ ଅତିଥି ଭାବେ ଯୋଗଦେଇ ସମୃଦ୍ଧ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ମର୍ଯ୍ୟାଦା ଭିତ୍ତିକ ସାହିତ୍ୟ ସହ ସଂସ୍କୃତିର ସମନ୍ୱୟ ହିଁ ଜାତିର ପରିଚିତିକୁ ପରିବ୍ୟାପ୍ତ କରିଥାଏ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ ନବ କିଶୋର ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିବା ସହିତ ‘ଭାଷା ଓ ଯୁବ ସମାଜ’ ଶୀର୍ଷକ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ସାମ୍ପ୍ରତିକ ଶିକ୍ଷାନୀତିରେ ଆଞ୍ଚଳିକ ଭାଷା ସାହିତ୍ୟକୁ ଅଗ୍ରାଧିକାର ଦିଆଯାଇଥିବା ବେଳେ ଏହା ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ବିକାଶରେ ବେଶ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକାଶ କରିଥିଲେ । ଏହି ସାହିତ୍ୟ ସମ୍ମିଳନୀରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ପରିଚାଳନା କମିଟି କର୍ମକର୍ତ୍ତା ତଥା ସଦସ୍ୟମାନେ ଉପସ୍ଥିତ ଥିଲେ । ସମ୍ମଳନୀ ପରିଚାଳନାରେ କମିଟି ଉପାଧ୍ୟକ୍ଷ ବୈଦ୍ୟନାଥ ଷଡ଼ଙ୍ଗୀ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ