ଡିଏସଟିକୁ ନିପୁଣ ବିଜ୍ଞାନର ଦ୍ରୁତ ନିର୍ମାତା ଭାବେ ପ୍ରତିପାଦିତ କରୁଛି : ପ୍ରଫେସର ଆଶୁତୋଷ ଶର୍ମା

ନୂଆଦିଲ୍ଲୀ : ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ (ଡିଏସଟି) ସଂପ୍ରତି ଏକ ବିରାଟ ପରିବର୍ତ୍ତନ ମଧ୍ୟ ଦେଇ ଗତି କରୁଛି । ଏହା ଏବେ ବୃଦ୍ଧିଶୀଳ ବିଜ୍ଞାନରୁ ନିପୁଣ ବିଜ୍ଞାନର ଏକ ଦ୍ରୁତ ନିର୍ମାତା ଭାବେ ନିଜକୁ ପ୍ରତିପାଦିତ କରିପାରିଛି । କରୋନା ଭୂତାଣୁ ସଂକ୍ରମଣ ଜନିତ ସଂକଟ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାର ସୁଯୋଗ ସୃଷ୍ଟି କରିଛି ବୋଲି ଡିଏସଟି ସଚିବ ପ୍ରଫେସର ଆଶୁତୋଷ ଶର୍ମା କହିଛନ୍ତି । ଡିଏସଟିର ୫୦ତମ ପ୍ରତିଷ୍ଠା ଦିବସ ଅବସରରେ କରୋନାର ମୁକାବିଲା – ବୈଜ୍ଞାନିକ ଗବେଷଣାର ଲାଭ ଓ ନବସୃଜନ ଉପରେ ଇଲେଟ୍ସ ଟେକ୍ନୋ ମିଡିଆ ସହିତ ଏକ ୱେବିନାର ସାକ୍ଷାକାରରେ ପ୍ରଫେସର ଶର୍ମା କହିଛନ୍ତି ଯେ, ଆମେ ଏବେ ନୂଆ ପୋଗ୍ରାମମାନ ଡିଜାଇନ କରୁଛୁ ଯାହାକୁ ମାଧ୍ୟମ କରି ବୈଜ୍ଞାନିକମାନେ ବିଭିନ୍ନ ଆହ୍ୱାନମୂଳକ କ୍ଷେତ୍ରରେ ଗବେଷଣା କରି ସଫଳତା ହାସଲ କରିବା ସହ ବଡଧରଣର ପରିବର୍ତ୍ତନ ଆଣିପାରିବେ । ସେଥି ମଧ୍ୟରୁ ‘ସୁପ୍ରା’ ବା ସାଇଣ୍ଟିଫିକ ଆଣ୍ଡ ୟୁଜଫୁଲ ପ୍ରୋଫାଉଣ୍ଡ ରିସର୍ଚ୍ଚ ଆଣ୍ଡ ଆଡଭାନ୍ସମେଣ୍ଟ ଏବଂ ଇନଟେନସିଫିକେସନ ଅଫ ହାଇ ପ୍ରାୟରିଟି ଏରିଆଜ ଅନ୍ୟତମ । ଏହି ଦୁଇ କାର‌୍ୟ୍ୟକ୍ରମ ମାଧ୍ୟମରେ ଆମେ କୋଭିଡ-୧୯ ଭଳି ଅତି ଅଗ୍ରାଧିକାର ସମସ୍ୟାର ସମାଧାନ ପାଇଁ ବିଶେଷ ଗୁରୁତ୍ୱ ଦେଇ କାର‌୍ୟ୍ୟ କରୁଛୁ । ଏହି ବ୍ୟାଧିର ମୁକାବିଲା ଏହାର ପ୍ରମୁଖ ଲକ୍ଷ୍ୟ । ପ୍ରଫେସର ଶର୍ମା କହିଛନ୍ତି ଯେ, କୋଭିଡ-୧୯ ବ୍ୟାଧିର ବହୁମୁଖୀ ସମସ୍ୟା ରହିଛି । ସେସବୁର ସମାଧାନ ବାହାର କରିବା ପାଇଁ ଡିଏସଟିର ସ୍ୱୟଂଶାସିତ ଅନୁଷ୍ଠାନ ଗୁଡିକ ଏକ ମାସ ମଧ୍ୟରେ ବିଭିନ୍ନ ସଫଳତା ହାସଲ କରିଛନ୍ତି । ଏ କ୍ଷେତ୍ରରେ କେତେକ ଘରୋଇ କମ୍ପାନୀ ଓ ଷ୍ଟାଫଙ୍କ ସହ ମଧ୍ୟ ଅଂଶୀଦାର ଭିତ୍ତିରେ କାର‌୍ୟ୍ୟ କରାଯାଇଛି । ବିଜ୍ଞାନକୁ ଅଧିକ ବ୍ୟବହାର ଉପଯୋଗୀ ଓ ସଂକଟମୋଚନକାରୀ ରୂପ ଦେବାକୁ ଡିଏସଟି କାର‌୍ୟ୍ୟ କରୁଛି । ଏହି ପ୍ରୟାସ ବିଜ୍ଞାନର ସ୍ୱରୂପ ଓ ଆଭିମୁଖ୍ୟକୁ ବଦଳାଇବାରେ ସଫଳ ହୋଇଛି। ସେ କହିଛନ୍ତି ଯେ, ୧୯୭୧ ମେ ୩ରେ ପ୍ରତିଷ୍ଠା ହୋଇଥିବା ଏହି ବିଭାଗ ଆମେରିକାର ନେଶନାଲ ସାଇନ୍ସ ଫାଉଣ୍ଡେସନ ଢ଼ାଞ୍ଚାରେ ନିର୍ମିତ । ଡିଏସଟି ନୀତି ନିର୍ଦ୍ଧାରଣ କରିବା ସହ ଏ ଗୁଡିକର କାର‌୍ୟ୍ୟକାରିତା ପାଇଁ ପାଣ୍ଠି ଯୋଗାଉଛି ଓ ଅନ୍ୟାନ୍ୟ ଦେଶ ସହ ମିଶି ବୈଜ୍ଞାନିକ ଗବେଷଣା ଓ କାର‌୍ୟ୍ୟକ୍ରମର ସମନ୍ୱୟ କରୁଛି । ଏହା ଏକ ପ୍ରକାଣ୍ଡ ପରିବ୍ୟାପ୍ତ ମଞ୍ଚ (ପ୍ଲାଟଫର୍ମ) । ଭାରତ ସହ ବିଦେଶର ବହୁ ବୈଜ୍ଞାନିକ, ବିଜ୍ଞାନଭିତ୍ତିକ ପ୍ରତିଷ୍ଠାନ ଓ ଗବେଷଣାର ଏହା ସହିତ ସମ୍ପୃକ୍ତ । ଏହା ସହିତ ବହୁ ଗବେଷକ, ଛାତ୍ରଛାତ୍ରୀ, ଶିକ୍ଷକ, ସ୍କୁଲ, କଲେଜ, ଗବେଷଣାଗାର, ଷ୍ଟାର୍ଟଅପ ଓ ଏନଜିଓ ଜଡିତ । ଗତ ପାଞ୍ଚ ବର୍ଷ ମଧ୍ୟରେ ଡିଏସଟିର ବିଭିନ୍ନ ପ୍ରୟାସ ସମ୍ପର୍କରେ ପ୍ରଫେସର ସୂଚନାଦେବା ସହ ଏହାର ବଜେଟ ୧୦୦ ଶତାଂଶ ବଢ଼ିଥିବା କହିଛନ୍ତି । ଏହା ଫଳରେ ବିଭିନ୍ନ କ୍ଷେତ୍ରର ନୂଆ କାର‌୍ୟ୍ୟକ୍ରମମାନ ହାତକୁ ନିଆଯାଇଛି । ‘ନିଧି’ କାର‌୍ୟ୍ୟକ୍ରମ ସମ୍ପର୍କରେ ସେ କହିଛନ୍ତି ଯେ ଏହାଦ୍ୱାରା ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ଇନକ୍ୟୁବେଟର ଓ ଷ୍ଟାର୍ଟଅପ ସଂଖ୍ୟା ଦ୍ୱିଗୁଣିତ ହୋଇପାରିଛି । ‘ମାନକ’ କାର‌୍ୟ୍ୟକ୍ରମ ମାଧ୍ୟମରେ ପ୍ରତିବର୍ଷ ୧୦ ଲକ୍ଷ ସ୍କୁଲ ପିଲାଙ୍କ ମଧ୍ୟରେ ନବସୃଜନ ସୃଷ୍ଟି କରାଯାଉଛି । ସେମାନଙ୍କ ବିଚାର/ପରିକଳ୍ପନାକୁ ମଡେଲର ରୂପ ଦିଆଯାଉଛି । ନବସୃଜନକୁ ପ୍ରୋତ୍ସାହିତ କରି ପିଲାମାନଙ୍କୁ ବିଜ୍ଞାନ ପ୍ରତି ଅଧିକ ଆକୃଷ୍ଟ କରି ବୈଜ୍ଞାନିକ ଭାବେ ଗଢ଼ି ତୋଳିବା ଏହି କାର‌୍ୟ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଛନ୍ତି । ‘ସାଥି କେନ୍ଦ୍ର’ ସମ୍ପର୍କରେ ପ୍ରଫେସର ଶର୍ମା କହିଛନ୍ତି ଯେ ଏହା ଏମଏସଏମଇ ଓ ଷ୍ଟାର୍ଟଅପଗୁଡିକର ଆବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟ । ଏହି କ୍ଷେତ୍ର ପାଇଁ ଏହା ନୂଆ ନୂଆ ଯନ୍ତ୍ରପାତି ଓ ଜ୍ଞାନ କୌଶଳର ପ୍ରାରୂପ ଯୋଗାଉଛି । ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରୋଟୋଟାଇପ ଉଦ୍ୟୋଗ ଓ ବୌଦ୍ଧିକ ଜଗତକୁ ସଂଯୋଗ କରୁଛି । ସାଇବର ଫିଜିକାଲ ସିଷ୍ଟମ ଭଳି ନୂଆ କ୍ଷେତ୍ରରେ ଡିଏସଟି ଏବେ କାମ କରୁଛି । ଏହା ଏକ ଉଦୀୟମାନ କ୍ଷେତ୍ର, ଏଥିରେ ଯୋଗାଯୋଗ, କମ୍ପ୍ୟୁଟିଂ, ଆର୍ଟସ ଆଦି ଆନ୍ତଃ ବିଷୟକ କ୍ଷେତ୍ର ରହିଛି । ଦେଶଣ ଭବିଷ୍ୟତ ପାଇଁ ଏହା ବିଶେଷ ଜରୁରି । ଏହାଛଡା ଜାତୀୟ କ୍ୱାଣ୍ଟମ ସାଇନ୍ସ ମିଶନ, ବିଜ୍ଞାନ-ପ୍ରଯୁକ୍ତିର ଉପଯୋଗ, ନିରନ୍ତର ବିକାଶ, ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ଏହି ବିଭାଗ କାର‌୍ୟ୍ୟ କରୁଛି ବୋଲି ପ୍ରଫେସର ଶର୍ମା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ