ଅରୁଣା ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏଚ.ଆଇ.ଭି ପରିବାରଙ୍କୁ ସହାୟତା

ପୋଲସରା,(ଅନିଲ କୁମାର ମହାରଣା):ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଅରୁଣା ପକ୍ଷରୁ ଗଂଜାମ ଜିଲ୍ଲା ପୋଲସରା ବ୍ଲକର ସମସ୍ତ ୨୬ ପଞ୍ଚାୟତର ଏଚ.ଆଇ.ଭି ସଂକ୍ରମିତ ତଥା ବିପଦସଂକୁଳ ପରିସ୍ଥିତିରେ ଥିବା ପରିବାରକୁ ସାହାଯ୍ୟ ଓ ସହାୟତା ପ୍ରଦାନ କରାଯାଇଛି । ପୋଲସରା ଏନ୍.ଏ.ସି. ଲୁଣିଘାଟି ସ୍ଥିତ ବାଲୁଙ୍କେଶ୍ବର ଶିବ ମନ୍ଦିର ପରିସରରେ ମଙ୍ଗଳବାର ଦିନ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଅରୁଣା ପକ୍ଷରୁ ୧୩୧ ଜଣ ଏଚ୍. ଆଇ.ଭି ପରିବାରଙ୍କୁ ଶୁଖିଲା ଖାଦ୍ୟପେୟ ପାଇଁ ଏକ ଖାଦ୍ୟ କିଟ୍ ପ୍ରଦାନ କରାଯାଇଛି ।କରୋନା ମହାମାରୀ ପରିସ୍ଥିତି ଯୋଗୁଁ ଚାରିଆଡ଼େ ଲକ୍ ଡାଉନ୍ ଜାରି ହୋଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ପରିବାରରଙ୍କୁ ଘରେ ରହିବା ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଲକ ଡାଉନ ସମୟରେ ପ୍ରାୟତଃ ବହୁ ଏଚ୍.ଆଇ.ଭି. ପରିବାର ପୃଷ୍ଟିକର ଖାଦ୍ୟରୁ ସଂପୂର୍ଣ୍ଣ ବଞ୍ଚିତ ରହି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଆଜିମ ପ୍ରେମଜି ଫିଲାନ୍ତ୍ରଫିକ୍ ଇନିଟେଟିବେ (ଏ. ପି. ପି. ଆଇ ) ସହାୟତା ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁସାରେ ଗଞ୍ଜାମ ଜିଲ୍ଲାର ୮ ଟି ବ୍ଲକ ରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ ପ୍ରକ୍ରିୟା ମାଧ୍ୟମରେ ୯୦୦ ରୁ ଉର୍ଦ୍ଧ୍ଵ ପରିବାରକୁ ସାମିଲ କରାଯିବାର ଲକ୍ଷ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱରେ ରହିବା, ମାସ୍କ ପିନ୍ଦିବା, କିପରି ନିଜ ହାତକୁ ସଫାକରିବା ସେ ସମ୍ପର୍କରେ ଅନୁଷ୍ଠାନ ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମରେ ସଚେତନତା କରାଯାଇଥିଲା । ସଚେତନ ଓ ନିୟମିତ ଏ.ଆର.ଟି ସେବନ ଦ୍ୱରା ଏହି ମହାମରିକୁ ରୋକ ଯାଇପାରିବ ବୋଲି ଅରୁଣାର ସମ୍ପାଦିକା ସୌଦାମିନି ରଥ ପରାମର୍ଶ ପ୍ରଦାନ କରିଥିଲେ। ଏହି ଖାଦ୍ୟ କିଟ୍ ରେ ଚାଉଳ ,ଡାଲି , ଚୁଡା , ସୋୟାବିନ୍ ବଡି , ତେଲ , ଲୁଣ ଭଳି ନିତ୍ୟ ବ୍ୟବହାର ଜିନିଷ ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାର୍କଣ୍ଡ ମିଶ୍ର, ଦେବୀଦତ୍ତ ରଥ, ବିପିନ ଚନ୍ଦ୍ର ଦିଗଲ, ସୁଶାନ୍ତ ମଣ୍ଡଳ, ପ୍ରମୋଦ ଜେନା, କାଶୀନାଥ ସାହୁ, ସମରେନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ