ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର; ଗାଁ ରେ ମୋବାଇଲ ନେଟୱାର୍କ ନଥିବା ରୁ ଅନଲାଇନ କ୍ଳାସ ପାଇଁ ଗଛରେ ଚଢ଼ି ପିଲା ପଢୁଛନ୍ତି ପାଠ

ଖଲ୍ଲିକୋଟ,(ରଜନୀକାନ୍ତ ମହାପାତ୍ର):କରନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ସ୍କୁଲ, କଲେଜ ବନ୍ଦ ରହିବା ଯୋଗୁଁ ଅନଲାଇନ କ୍ଳାସ କରି ପିଲା ଙ୍କୁ ପାଠ ପଢେଇବା ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।ଡିଜିଟାଲ ଇଣ୍ଡିଆ ର ନାରା ଦେଇ ଏବେ ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ ସମ୍ପାଦନା କରିବା ପାଇଁ ଉଭୟ ସରକାର ଗୁରୁତ୍ୱ ଦେଉଛନ୍ତି ।କିନ୍ତୁ ଡିଜିଟାଲ ଇଣ୍ଡିଆ ରେ ଏମିତି କିଛି ଗ୍ରାମାଞ୍ଚଳ ରହିଛି ଯେଉଁଠି ମୋବାଇଲ ନେଟୱାର୍କ ସାତସପନ । ସେଠି ଅନଲାଇନ କଥା କିଏ ପଚାରେ । ଏମିତି ଏକ ପଞ୍ଚାୟତ ହେଉଛି ଖଲ୍ଲିକୋଟ ବ୍ଲକ ର ବାଦପଲ୍ଲୀ ପଞ୍ଚାୟତ । ଆଦିବାସୀ ଅଧ୍ୟୁଷିତ ଏହି ବାଦପଲ୍ଲୀ ପଞ୍ଚାୟତ ରେ ଲାଖପଡ଼ା, ଖଜୁରୀ ସାହି, ସାନବଳ, ବଡବଳ, ଫାସିଖୋଲ, ମିନାପୁର, ଦେବୀଝର, ପଥରକୁଦି, ଛକାସିଙ୍ଗି(ଯାନିସାହି),ଭାଳିଆପଦର ପ୍ରଭୃତି ଗ୍ରାମ ରହିଛି । ଏହି ସବୁ ଗ୍ରାମରେ ମୋବାଇଲ ନେଟୱାର୍କ ରହୁ ନ ଥିବା ରୁ ପିଲା ମାନେ ଅନଲାଇନ କ୍ଳାସ ରେ ପାଠ ପଢିପାରୁନାହାନ୍ତି । ପାଠ ପଢିବା ପାଇଁ ପିଲାମାନେ ଗ୍ରାମ ଠାରୁ ଏକ କିଲୋମିଟର ଦୂର ଖୋଲା ସ୍ଥାନ ରେ ଥିବା ଗଛ ଉପରେ ଚଢିଲେ ମୋବାଇଲ ନେଟୱାର୍କ ଆସୁଛି । ଗଛ ଉପରେ ବସି ପିଲାମାନେ ମୋବାଇଲ ରେ ପାଠ ପଢ଼ୁଥିବା ଆମେ ଦେଖିବାକୁ ପାଇଥିଲୁ । ଏ ସମ୍ପର୍କରେ ଗ୍ରାମବାସୀ ଆମ ସମ୍ମୁଖରେ ପ୍ରତିକ୍ରିୟା ପ୍ରକାଶ କରି ମୋବାଇଲ ନେଟୱାର୍କ ଗ୍ରାମରେ ରାହୁନଥିବାରୁ ସେମାନେ ବିଭିନ୍ନ ସମସ୍ୟା ର ସମ୍ମୁଖିନ ହେଉଥିବା ଅଭିଯୋଗ କରିଥିଲେ । ଗ୍ରାମର କୌଣସି ବ୍ୟକ୍ତି ର ସ୍ୱାସ୍ଥ୍ୟ ଖରାପ ହେଲେ ମୋବାଇଲ ନେଟୱାର୍କ ରହୁ ନ ଥିବା ରୁ ଆମ୍ବୁଲାନ୍ସ କୁ ଫୋନ କରି ଡାକିପାରୁ ନାହାନ୍ତି । ପଞ୍ଚାୟତରେ କୌଣସି ମେଡ଼ିକାଲ ସୁବିଧା ନଥିବା ରୁ ୨୦ କିଲୋମିଟର ଦୂରରେ ଥିବା ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ରୋଗୀ ଚିକିତ୍ସା ପାଇଁ ଯିବାକୁ ପଡୁଛି । ତେଣୁ ଆଦିବାସୀ ଅଧ୍ୟୁଷିତ ବାଦପଲ୍ଲୀ ପଞ୍ଚାୟତ ରେ ଏକ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ସହ ମୋବାଇଲଟାୱାର ପ୍ରତିଷ୍ଠା କରାଗଲେ ସେମାନେ ଉପକୃତ ହୋଇପାରିବେ ବୋଲି ପଞ୍ଚାୟତ ବାସୀ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ