କେନ୍ଦ୍ର ସରକାରଙ୍କ କୃଷି ବିଲ୍ ବିରୋଧରେ ତିରିଂରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ପ୍ରତିବାଦ ସଭା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): କେନ୍ଦ୍ର ସରକାରଙ୍କ କୃଷି ବିଲ୍ ଓ କୃଷକ ଭାରତ ନୀତି ବିରୋଧରେ କାଶ୍ମୀର ଠାରୁ କନ୍ୟା କୁମାରୀ ସମଗ୍ର ଭାରତ ବର୍ଷରେ କୃଷକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଏହି ବିରୋଧରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ଵାନରେ ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ବଡଡାଳିମା ଠାରେ ମୟୂରଭଂଜ ଜିଲ୍ଲାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଜିଲ୍ଲା ସହ ସଂପାଦକ କମ୍ରେଡ ତ୍ରିନାଥ ପାତ୍ରଙ୍କ ନେତୃତ୍ୱରେ ଏକ ବିଶାଳ ପ୍ରତିବାଦ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ସରକାର ଯେଉଁ କୃଷି ବିଲ୍ ଆଣିଛନ୍ତି ଯାହାର ପ୍ରଭାବରେ ସମସ୍ତ କୃଷଗ କୂଳରେ ସର୍ବନାଶ ହେବାକୁ ଯାଉଛି । ଭାରତର ବଡ଼ ବଡ଼ ଦଲାଲଙ୍କ ଜାଲରେ ପଡ଼ିଯିବେ କୃଷକ ସମାଜ । ସରକାରଙ୍କ କଣ୍ଟ୍ରୋଲ ସେମାନଙ୍କ ଉପରେ ରହିବ ନାହିଁ । ମନମାନି ଚାଲିବ ସେମାନଙ୍କର । ଯାହାର ପ୍ରଭାବ କୃଷକଙ୍କ ଉପରେ ପଡିବା ସହ ଖାଉଟିଙ୍କ ଉପରେ ପଡ଼ିବ । ଦରଦାମ ହୁ ହୁ ହୋଇ ବଢିବ । ଏହାକୁ ନେଇ ପ୍ରତିବାଦ ସଭାରେ ବିଜେପି ସରକାରଙ୍କ କୃଷିବିଲକୁ ତିବ୍ର ନିନ୍ଦା ଓ ଭର୍ତ୍ସନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜୋନ ସଂପାଦକ, ଧନୁ ମାରାଣ୍ଡି, ଲକ୍ଷ୍ମଣ ମୁର୍ମୁ,କହ୍ନାଇ,ରାଧା ପାତ୍ର ସୋରେନ, ଦୁର୍ଗା ମାରାଣ୍ଡି,ବାଗରାୟ ହେମ୍ବ୍ରମ,ପାରାଲ ହାଁସଦା ଗୁଣ୍ଡେଇ କିସ୍ କୁ ଏବଂ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।


