ଡିଭାଇଡରକୁ ପିଟିଲା ବାଇକ, ୧ ଆହାତ
ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍) : ଭଞ୍ଜନଗର ଥାନା ଅନ୍ତର୍ଗତ କଇଁଣ୍ଡି ଗ୍ରାମ ନିକଟରେ ଥିବା ଡିଭାଇଡ୍ରେ ପିଟି ହୋଇ ଜଣେ ବାଇକ ଚାଳକ ଆହାତ ହୋଇଥିବା ଜଣାପଡିଛି । ଆହାତ ଜଣଙ୍କ ପାଇଲିପଡା ଗ୍ରାମର କାହ୍ନୁ ସାହୁ ବୋଲି ଜଣାପଡିଛି । ଦୂର୍ଘଟଣାରେ ତାଙ୍କର ବାମ ଗୋଡ ଭାଙ୍ଗିଯାଇଥିବା ଜଣାପଡିଛି । ମିଳିଥିବା ଖବର ସୂଚନା ଅନୁଯାୟୀ ଗୋଟିଏ ଗାଡିରେ କାହ୍ନୁ ଓ ତାଙ୍କ ବନ୍ଧୁଙ୍କ ସହିତ ଭାଣିଜୀ ଗାଡିରେ ବସି ନିଜ ଘରକୁ ଫେରୁଥିବା ସମୟରେ ଡ୍ରାଇଭର ଭାରସାମ୍ୟ ହରାଇ ଡିଭାଇଡକୁ ପିଟି ହୋଇ କାହ୍ନୁ ଆହାତ ହୋଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣା ସ୍ତଳରେ ପହଞ୍ଚି ତଦନ୍ତ ଆରମ୍ଭ ଆହାତଙ୍କୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଚିକିସ୍ରାଳୟରେ ପ୍ରାଥମିକ ଚିକିସ୍ରା ପରେ ତାଙ୍କୁ ଅବସ୍ଥା ସଂଙ୍କଟାପନ୍ନ ରହିଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।