ଡିମିରିଆ-ଜମ୍ଭରା ରାସ୍ତାର ଦୁରାବସ୍ଥା
ହାଟଡିହି,(ଓ୍ବାଇଏନ୍ଏସ୍) : ହାଟଡିହି ବ୍ଲକ ଡିମିରିଆ ଠାରୁ ଜମ୍ଭରା ଯାଇଥିବା ମୁଖ୍ୟ ରାସ୍ତାଟି ପାଣି କାଦୁଅରେ ବିପର୍ଯ୍ୟସ୍ଥ ହୋଇପଡିଛି । ହାଇସ୍କୁଲ ଠାରୁ ଗାଁ ପର୍ଯ୍ୟନ୍ତ ଯାଇଥିବା ଏହି ରାସ୍ତାଟି ଉପରେ ଶତାଧିକ ପରିବାର ନିର୍ଭର କରୁଥିବାବେଳେ ରାସ୍ତାରେ ଆଣ୍ଠୁଏ ବହଳର କାଦୁଅ ଯୋଗୁଁ ଲୋକମାନେ ଯିବା ଆସିବା କ୍ଷେତ୍ରରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଳେବି କୌଣସି ସୁଫଳ ମିଳି ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।