ଜିଲ୍ଲାପରିଷଦ ସଦସ୍ୟାଙ୍କୁ ର୍ଦୁବ୍ୟବହାର ଅଭିଯୋଗ

ହାଟଡିହି,(ଓ୍ବାଇଏନ୍ଏସ୍) : ହାଟଡିହି ବ୍ଲକ୩୪ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁଙ୍କୁ ତାଙ୍କ ଘରେ ପସି କିଛି ଯୁବକ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିବା ନେଇ ସୋସୋ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗତ ୧୯ତାରିଖ ଦିନ ୩ଟା ବେଳେ ମଧୁବନ ଗ୍ରାମର ପାଞ୍ଚରୁ ଦଶଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ତାଙ୍କ ମଧୁବନ ସ୍ଥିତ ଘରେପସି ତାଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଜାତିଆଣା ଆକ୍ଷେପ କରି ଗାଳିଗୁଲଜ କରିଥିଲେ । ଏପରିକି ତାଙ୍କୁ ଧର୍ଷଣ କରିବାକୁ ଧମକ ଦେବା ସହିତ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଚମକ ଦେଇଥିଲେ । ତୁମକୁ ଯିଏ ସମର୍ଥନ କରିବ ତାକୁ ମଧ୍ୟ ମାରିଦେବୁ ବୋଲି ସେମାନେ ଧମକ ଦେଇଥିଲେ । ଏ ନେଇ ଟିକି କିସ୍କୁଙ୍କ ପରବାର ଲୋକେ ଜାଣିବାପରେ ତୁରନ୍ତ ମଧୁବନରେ ପହଞ୍ଚିବାରୁ ଯୁବକମାନେ ଯେ ଯୁଆଡେ ପଳାଇଥିଲେ । ଏନେଇ ଟିକି ଆଜି ସୋସୋ ଥାନାରେ ଅଭିଯୋଗ କରିଛନ୍ତି । ଆଜି ବିଜେପି ନେତା ଆଲୋକ ସେଠୀ, ଅନାଦି ସାହୁ, ଟୁକୁନା ମହାନ୍ତ, ମଧୁସୁଦନ ରାଉତ, କୈଳାଶ ସାମଲ ବହୁ ଦଳୀୟ ନେତା ଥାନାକୁ ଯାଇ ପୁଲିସକୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି । ଯୁବକମାନେ ଟିକିଙ୍କ ଘରେପସି ର୍ଦୁବ୍ୟବହାର କରୁଥିବାର ଭିଡିଓ ମଧ୍ୟ ଅଛି । ଯଦି ପୁଲିସ ନ୍ୟାୟ ପ୍ରଦାନରେ ବିଳମ୍ବ ଘଟାଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି । ଅନ୍ୟପକ୍ଷରେ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ହଦଗଡରେ ଜଳସେଚନ ବିଭାଗର ଏକ ଜମି ଉପରେ ଚଳିତବର୍ଷ ଅଦାଚାଷ କରିଥିବାବେଳେ କିଛି ବ୍ୟକ୍ତି ଟ୍ରାକ୍ଟର ସାହାଯ୍ୟରେ ତାଙ୍କ ଚାଷକୁ ନଷ୍ଟ କରିଦେଇଥିଲେ । ଯାହାକୁ ନେଇ ଦୁଇଦିନ ହେଲା ହଦଗଡରେ ଅସନ୍ତୋଷ ପ୍ରକାଶ ପାଇଥିଲା । ମହିଳାମାନେ ଥାନାକୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅଭିଯୋଗ ରଖିନଥିଲା । ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ ଏହି ମହିଳା ମାନଙ୍କୁ ସେମାନଙ୍କ ଆତ୍ମନିର୍ଭରଶୀଳ ହେବାରେ ସହଯୋଗ କରୁଥିବାରୁ ଏହି ଯୁବକମାନେ ଟିକିଙ୍କ ଉପରେ କ୍ରତିକ୍ରୀୟାଶୀଳ ହୋଇ ର୍ଦୁବ୍ୟବହାର କରିଥିବା ଶୁଣାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ