ଡିସେମ୍ବର ୩ ରୁ ନିମାପଡା ବାରବାଟୀ କପ କ୍ରିକେଟ

ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟସ୍ତରୀୟ ନିମାପଡ଼ା ବାରବାଟୀ କପ୍ ତଥା ତୃତୀୟ ଟୁବୁଲି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୩ ଡିସେମ୍ବର ୩ ରେ ଉଦଘାଟିତ ହୋଇ ଡିସେମ୍ବର ୧୦ ରେ ଉଦଯାପିତ ହେବ ବୋଲି ସ୍ଥାନୀୟ ସାଇ ଲୋଟସ ମଣ୍ଡପରେ ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭ୍ୟମାନେ ପ୍ରକାଶ କରିଛନ୍ତି। ଡିସେମ୍ବର ୩ ତାରିଖ ରେ ଉଦଘାଟନୀ ମ୍ୟାଚ ଭୁବନେଶ୍ୱର ର ପ୍ରଗତି ସ୍ପୋଟିଂ ଓ ଭୁବନେଶ୍ବର ର ଏମ୍ ସି ସି ମଧ୍ୟରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିବା ବେଳେ ଡିସେମ୍ବର ୪ ତାରିଖ ରେ କଟକ ର ରାଇଜିଙ୍ଗ ଷ୍ଟୁଡେଣ୍ଟ୍ ବନାମ କଟକ ର ନିମପୁର ,୫ ତାରିଖ ରେ ଖୋର୍ଦ୍ଧା ବନାମ କଟକ ର ଜୁଭେନାଇଲ ୬ ତାରିଖ ରେ ଭୁବନେଶ୍ୱର ର ରାମେଶ୍ବର ସ୍ପୋଟିଂ ବନାମ ଭୁବନେଶ୍ବର ପାରାମାଉଣ୍ଟ ମଧ୍ୟରେ ୪ ଟି କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଡିସେମ୍ବର ୭ ଓ ୮ ତାରିଖ ରେ ୨ଟି ସେମିଫାଇନାଲ ସହିତ ୧୦ ତାରିଖ ରେ ଗ୍ରାଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ବିଜେତା ଦଳକୁ ସୋମନାଥଏଣ୍ଟରପ୍ରାଇଜରସ ପକ୍ଷରୁ ଟ୍ରଫି ସହ ନଗଦ ପଚାଶ ହଜାର ଏକ ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହ ନଗଦ ତିରିଶି ହଜାର ଏକ ଟଙ୍କା ଏସ.ପି ଫାଉଣ୍ଡେସନ ପକ୍ଷରୁ ପ୍ରଦାନ କରାଯିବ।ଏହା ବ୍ୟତୀତ ଉଦିୟ ମାନ ଖେଳାଳି ମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବା ସହିତ ଅନ୍ୟାନ୍ୟ ଆକର୍ଷଣୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଶ୍ବେତପରନା ରାୟ ମହାପାତ୍ର,ଅୟସକାନ୍ତ ମିଶ୍ର,ମାତୃକା ପ୍ରସାଦ ମିଶ୍ର ଓ ହିମାଂଶୁ ଶେଖର ମହାନ୍ତିଙ୍କ ସମେତ ବହୁ ସଭ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ