ଡିସେମ୍ବର ୪ରୁ ୮ ପର୍ଯ୍ୟନ୍ତ ଛତ୍ରପୁର ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ, ବଲିଉଡ ଓ ଓଲିଉଡ ତାରକାରେ ଝୁମିବେ ଦର୍ଶକ
ଛତ୍ରପୁର: ଡିସେମ୍ବର ୪ରୁ ୮ତାରିଖ ପର୍ଯ୍ୟନ୍ତ ଛତ୍ରପୁର ଠାରେ ଜିଲ୍ଲାସ୍ତରୀୟ ଦ୍ୱିତୀୟ ଲୋକକଳା ମହୋତ୍ସବ ଅନୁଷ୍ଠିତ ହେବ । ୫ଦିନ ଧରି ଛତ୍ରପୁର ଷ୍ଟାଡିୟମରେ ତାମ୍ପରା ମହୋତ୍ସବ, ଓରମାସର ପଲ୍ଲିଶ୍ରୀ ମେଳା-୨୦୧୯, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଓ ଗ୍ରାମୀଣ ଆବାସିକ ମେଳା ଅନ୍ତର୍ଭୂକ୍ତ ହେବ । ମେଳାକୁ ଡିଆରଡିଏ, ପର୍ଯ୍ୟଟ୍ଟନ ବିଭାଗ, ଜିଲ୍ଲା ସଂସ୍କୃତି ବିଭାଗ ଓ ଓରମାସ ପକ୍ଷରୁ ମିଳିତ ଭାବେ ଆୟୋଜନ କରିବେ । ମହୋତ୍ସବରେ ଓଲିଉଡ ଓ ବଲିଉଡ୍ କଳାକାରଙ୍କ ସମେତ ବହୁ ଚର୍ଚ୍ଚିତ ତାରକା ମାନଙ୍କ ସହ ତାଙ୍କ ସାଥୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଏନେଇ ଗୁରୁବାର ସ୍ଥାନୀୟ ଜିଲ୍ଲାପରିଷଦଭବନ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ମହୋତ୍ସବର ସମସ୍ତ କମିଟି ସଦସ୍ୟ ମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲ।। ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ମହୋତ୍ସବ କୁ ଧୁମଧାମ ସହ ଶାନ୍ତିଶୃଙ୍ଖଳାରେ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ମହୋତ୍ସବ ପ୍ରତିଦିନ ଆରମ୍ଭରୁ ଦୁଇ ଘଣ୍ଟା ବିଭିନ୍ନ ପାରମ୍ପରିକ ଲୋକକଳା, ନୃତ୍ୟ ଓ ସଂଗୀତ ପରିବେଷଣ ହେବା ପରେ ବଲିଉଡ୍ ଓ ଓଲିଉଡ ର ତାରକାମାନେ ନିଜ ନିଜର ନୃତ୍ୟ , ସଂଗୀତ ଏବଂ ବିଭିନ୍ନ କଳା ପରିବେଷଣ କରିବେ । ଜିଲ୍ଲା ଏବଂ ରାଜ୍ୟର କଳାକାରମାନେ ମଧ୍ୟ ସେମାନଙ୍କର ଲୋକକଳା ପରିବେଷଣ କରିବେ । ଏହାସହ ମହୋତ୍ସବରେ ସ୍ଥାନୀୟ କଳାକାର ମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ ସେମାନେ ମଞ୍ଚରେ ବିଭିନ୍ନ କଳା ପରିବେଷଣ କରିପାରିବେ । ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ସଙ୍କର ସ୍ୱାଇଁ ଯୋଗଦେଇ କହିଥିଲେ ଯେ ଏହି ମହୋତ୍ସବକୁ ଅଧିକ ଆକର୍ଷଣୀୟ କରାଯିବ । ଲୋକମାନଙ୍କ ମନୋରଂଜନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହ ଅନୁଷ୍ଠିତ ହେବ ବୋଲି ସେ କହିଥିଲେ । । ଏହାକୁ ଅଧିକ ପ୍ରଚାର ପ୍ରସାର ଏବଂ ଆଇନଶୃଙ୍ଖଳା ବ୍ୟବସ୍ଥା କିପରୀ ସୁଦୃଢ ରହିବ ସେଥି ଗୁରୁତ୍ୱ ଦିଆଯାଉଛି । ମହୋତ୍ସବକୁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣ କିପରୀ ସୂଚନା ପାଇପାରିବେ ସେଥୀ ନିମନ୍ତେ ପ୍ରଚାର କରାଯିବ । ସମସ୍ତ ଗାଁ, ପଞ୍ଚାୟତ , ସହରାଞ୍ଚଳ ଏବଂ ଗାଡି ଗୁଡିକ ବ୍ୟାନର ପୋଷ୍ଟର ଲଗାଯିବ । ଲୋକମାନେ କିପରୀ ଆଗୁଆ ସୂଚନା ପାଇ ଏହି ମହୋତ୍ସବର ଆନନ୍ଦ ନେଇପାରିବେ ଏହାର ମୂଳ ଲକ୍ଷ୍ୟ ରହିବ ବୋଲି ସେ ଡିଆରଡିଏ ପିଡି କହିଥିଲେ । ଟ୍ରାଫିକ ସମସ୍ୟା, ପାକିଂ ସମେତ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କ ମଧ୍ୟ ଆଲୋଚନା ହୋଇଥିଲ।। ମହୋତ୍ସବର ଉଦଘାଟନୀ ସନ୍ଧ୍ୟା ଡିସେମ୍ବର ୪ତାରିଖରେ ବାବା ସେହଗେଲ ତାଙ୍କ ସାଥୀ, ଡିସେମ୍ବର ୫ ରେ ରାହୁଲ ଜୈନ ତାଙ୍କ ସାର୍ଥୀ, ଡିସେମ୍ବର ୬ରେ ଅଭିଜିତ୍ ମଜୁମଦାର ତାଙ୍କ ସାର୍ଥୀ , ଡିସେମ୍ବର ୭ରେ ତାଙ୍କ ସାଥୀ ଆସ୍ଥା ଗିଲ୍ ଏବଂ ଉଦଯାପନୀ ସନ୍ଧ୍ୟା ତଥା ଡିସେମ୍ବର ୮ରେ ଋତୁରାଜ ମହାନ୍ତି ତାଙ୍କ ସାଥୀ ଆସି ଲୋକମାନଙ୍କ ମନୋରଂଜନ କରିବେ । ଏହି ବୈଠକରେ ଡିଆରଡିଏ ଏପିଡି ରବି ନାରାୟଣ ତ୍ରିପାଠୀ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି , ଭାରପ୍ରାପ୍ତ ଜିଲ୍ଲା ସଂସ୍ୃତି ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକ, ଅବସରପ୍ରାପ୍ତ ସଂସ୍କୃତି ବିଭାଗର ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନିଷାଙ୍କ, ଜିଲ୍ଲାଗ୍ରାନ୍ଥାଗାରିକ ଅମିୟ କୁମାର ଧଳ, ଛତ୍ରପୁର ଏସଡିପିଓ ଗୈାତମ କିଷାନ୍, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜାନ ଛୋଟରାୟ, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ପ୍ରଫୁଲ କୁମାର ପଟ୍ଟନାୟକଙ୍କ ସମେତ ସମସ୍ତ କମିଟିର ସଭ୍ୟ ମାନେ ଉପସ୍ଥିତ ଥିଲେ ।