ଡିହପଢାଳ ପଞ୍ଚାୟତ ର ଲୋକଙ୍କୁ ପି. ଡି.ଏସ ଚାଉଳ ବଣ୍ଟନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା)କରୋନା ଭୂତାଣୁ ଜନିତ ମାରାତ୍ମକ ମହାମାରି ରୋଗ ସମଗ୍ର ବିଶ୍ୱ ରେ ବ୍ୟାପି ଥିବା ଯୋଗୁଁ ସରକାର ଲକଡାଉନ୍ ଘୋଷଣା କରିଛନ୍ତି, ଯାହା ଫଳରେ ଲୋକଙ୍କ ଜୀବନ ଜୀବିକା ବନ୍ଦ ହୋଇଯାଇଛି l ଏହି ଭଳି ଦୁଃଖଦ ପରିସ୍ଥିତି ରେ ରାଜ୍ୟ ସରକାର ପ୍ରତି ପଞ୍ଚାୟତ ର ରାସନକାର୍ଡ ଥିବା ଲୋକଙ୍କୁ ଆଗୁଆ ତିନି ମାସର ରାସନ ଦେବାପାଇଁ ଘୋଷଣା କରିଛନ୍ତି l ଯାହାଫଳରେ କିଛି ପଞ୍ଚାୟତ ରେ ଲୋକଙ୍କୁ ତିନି ମାସର ପି ଡି ଏସ ଚାଉଳ ଦିଆଯାଇଥିଲା ବେଳେ ଆଜି ଭଞ୍ଜନଗର ବ୍ଲକ ଡିହପଢାଳ ପଞ୍ଚାୟତ ର ଲୋକଙ୍କୁ ପି. ଡି.ଏସ ଚାଉଳ ବଣ୍ଟନ କରାଯାଇଛି l ଏବଂ ପଞ୍ଚାୟତ ନିକଟରେ ଏକ କୋଭିଡ଼ ୧୯ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ମଧ୍ୟ ରହିଛି l ସେଥିପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏହି ପଞ୍ଚାୟତକୁ ଯାଇ ସେଠାରେ ରେ ଚାଉଳ ବଣ୍ଟନ ପ୍ରକ୍ରିୟା ଠିକ ଭାବରେ ସମସ୍ତ ନିୟମ କୁ ମାନି ପାଳନ କରାଯାଉଛି କି ନାହିଁ ଏବଂ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ରେ କ୍ଵାରେଣ୍ଟାଇନ ରେ ରହିଥିବା ଲୋକଙ୍କ ପାଇଁ ଠିକ ଭାବେ ବ୍ୟବସ୍ଥା ହୋଇଛି କି ନାହିଁ ଉଭୟ ସ୍ଥିତିବୁଲି ଦେଖିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ