ଡି.ଏଲ ଆଣିବା ଆଶା ପୂରଣ ହେଲାନି
ହାଟଡିହି, (ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ପଢ଼ିଆରିପଲ୍ଲି ପଞ୍ଚାୟତ କୁରାଢ଼ିଘସା ଗ୍ରାମରେ ଏକ ଦୁଖଦ ଘଟଣା ଘଟିଛି । ୧୦ଚକିଆ ଟ୍ରକ ଧକ୍କାରେ ମୃତ୍ୟୁ ଘଟିଛି । ଗ୍ରାମର ଅନାଦି ନାୟକ(୫୭) ନାମକ ଜଣେ ବ୍ୟକ୍ତି ନିଜର ଡ୍ରାଇଭିଂ ଲାଇସେନସ ବାହାର କରିବା ପାଇଁ ଆଜି ଭଦ୍ରକ ଯାଉଥିବା ସମୟରେ ରାଣିତାଲ ନିକଟରେ ଏକ ୧୦ଚକିଆ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଖବରପାଇ ପରିବାର ଲୋକେ ଘଟଣାସ୍ଥଳକୁ ଯାଇଛନ୍ତି ।


