ଓ.ଡି.ଆର.ଏ.ଏଫ ପକ୍ଷରୁ ଆପାଦକାଳୀନ ପ୍ରଶିକ୍ଷଣ ଶିବିର
ହାଟଡିହି(ଯୁଗାବ୍ଦ ନ୍ୟୁଜ୍): ଓ.ଡି.ଆର.ଏ.ଏଫ ପକ୍ଷରୁ ହାଟଡିହି କଲେଜ ପରିସରରେ ଏକ ଆପାଦକାଳୀନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ବାରିପଦା ଓ.ଡି.ଆର.ଏ.ଏଫ ଟିମର ମେଜର ତାପସ କୁମାର ରାଉତ, ଦିଲ୍ଲିପ ସେଠୀ, ଗଗନ ଜେନା, ପବିତ୍ର ସାମଲ, ଅନିଲ ମହାନ୍ତି, ସମିର ବେହେରା, ପ୍ରମୀର ବେହେରା, ପଦ୍ମୋଲାଚନ ବେହେରା, ଚନ୍ଦ୍ରଭାନୁ ବେହେରା, ଦିଲ୍ଲିପ ରାଉତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଓ ଦୈବୀ ଦୁର୍ବିପାକ ସମୟରେ କିପରି ଉଦ୍ଧାର କାର୍ଯ୍ୟ ହୋଇପାରିବ ସେ ସମ୍ପର୍କରେ ତାଲିମ ପ୍ରଦାନ କରିବା ସହ ବିଭିନ୍ନ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ପ୍ରଧ୍ୟାପକ ଚିତ୍ତରଞ୍ଜନ ରାଉତ, ଜୀମୁତ ବୁଣ ଦାଶ, ରୀତା ଦାଶ, ମିନତୀ ବେହୁରିଆ, ରବିନ୍ଦ୍ର ନାଥ ଜେନା, ବୃନ୍ଦାବନ ଓଝା, କବିତା ମଞ୍ଜରୀ ସୁବୁଦ୍ଧିରାୟ, ବିଜୟ କୁମାର ନାୟକ, ଶ୍ରୀମତୀ ଦେବାହୁତୀ ପଟ୍ଟନାୟକ, ହେମନ୍ତ କୁମାର ସାହୁ, ରବିନାରାୟଣ ବିଶ୍ୱାଳ, ବୀରଭଦ୍ର ପ୍ରଧାନ, ଜଳଧର ଦାସ, ଲିପସା ପ୍ରୀୟଦର୍ଶନୀ ବେହେରା, ଶ୍ରୀମତୀ ନିଲମ ସ୍ୱଂୟା, ଲାଇବ୍ରେରିଆନ ଜିତେନ୍ଦ୍ର ବିଶ୍ୱାଳ, ମୁଖ୍ୟ କିରାଣୀ ଅନନ୍ତ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


