ଡି.ଏ.ଭି ପବ୍ଲିକ ସ୍କୁଲର ବାର୍ଷିକତ୍ସୋବ ପାଳିତ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଗୋଷାଣିନୂଆ ଗାଁ ସ୍ଥି୍ତ ଡି.ଏ.ଭି ପବ୍ଳିକ ସ୍କୁଲର ଏକତ୍ରିଂଶତମ ବାର୍ଷିକତ୍ସୋବର ପ୍ରଥମ ଦିବସ ଆନନ୍ଦ ଉଲ୍ଲାସର ସହିତ ଗୁରୁବାର ପାଳିତ ହୋଇଯାଇଛି । ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରିବା ସହ ଶୁଭାରମ୍ଭ କରିଥିଲେ ।ଏହି ଉତ୍ସର୍ବରେ ମୁଖ୍ୟ ଅତିଥିରୁପେ ବ୍ରହ୍ମପୁର ଏସପି ପିନାକ ମିଶ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତତ୍ତାତେୟ ଭାଉସାହେବ,ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା ସମିତିର ଅଧକ୍ଷ ଡକ୍ଟର ଡି.ଜେ.ଜେ ସ୍ୱାମୀ,ସ୍ୱାଗତ ଭାଷଣ କରିଥିଲେ ସେହିପରି ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷା ଧାରାଶ୍ରୀ ପାଢୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ବାର୍ଷିତ୍ସୋବରେ ଜାତୀୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସଦସ୍ୟଗଣ ଏସ୍ ମୁରଲି କ୍ରିର୍ଷ୍ଣା, ଇଂଜିନିୟର ଏସ୍ସି ଚୈାଧୁରୀ , ଏସ୍.କେ. ଦାସ, ଶ୍ରୀଯୁକ୍ତ ଏସ୍ ଏନ୍ ପଣ୍ଡା, ଓ ପୂର୍ବତନ ଅଧକ୍ଷା ଶ୍ରୀମତି ଦ୍ୱୀପ ଗମ୍ଭୀର ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ଶିଲା ସ୍ୱର୍ଣ୍ଣା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଭିଭାବକ, ଶିକ୍ଷକ ଓ ଶିକ୍ଷୟତ୍ରୀ ବହୁ ମାତ୍ରାରେ ଯୋଗ ଦେଇଥିଲେ ।