‘ଡୁଡନୁ ଟିଭି’ ର ଶୁଭ ଉନ୍ମୋଚନ ଉତ୍ସବ ସମାରୋହ : ୩ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିଲା ଅରିନ୍ଦମ ଦାଶ ସ୍ମୃତି ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସୋମବାର ଅପରାହ୍ଣରେ ରାଜ୍ୟର ଅଗ୍ରଣୀ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଡୁଡନୁ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ‘ଡୁଡନୁ ଟିଭି’ ର ଶୁଭାରମ୍ଭ ହୋଇଛି । ଏହି ଅନୁଷ୍ଠାନ ଆଗାମୀ ଦିନରେ ରାଜ୍ୟର ମାନସିକ ଅନଗ୍ରସର ଶିଶୁମାନଙ୍କର ମାନବିକ ଅଧିକାର କ୍ଷେତ୍ର ଉପରେ କାର୍ଯ୍ୟ କରିବ । ଏହି ଅବସରରେ ଏକ ଭବ୍ୟ ସମାରୋହରେ ଡୁଡନୁ ଟିଭି ଜନ୍ମ ନେଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇ ଡୁଡନୁ ଟିଭିର ଉତ୍ତରୋତ୍‌ର କାମନା କରିଛନ୍ତି । ସେହିପରି ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ପଦ୍ମଶ୍ରୀ ପ୍ରଭାକର ମହାରଣା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଶିଷ୍ଟ କବି ତଥା ରାଜନେତା ଶକର୍ଷଣ ପରିଡା, ବିଧାୟକ ଜୟନ୍ତ ଷଡଙ୍ଗୀ, ଏସିପି ବିଷ୍ଣୁ ପ୍ରସାଦ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ସମାରୋହରେ ଡୁଡନୁ ଟିଭିର ନିର୍ଦ୍ଦେଶିକା ତଥା ଟ୍ରଷ୍ଟର ଅଧ୍ୟକ୍ଷା ଡକ୍ଟର ବନ୍ଦନା ହରିଚନ୍ଦନ ମଞ୍ଚ ପରିଚାଳନା କରିଥିବାବେଳେ ବରିଷ୍ଠ ସାମ୍ବାଦିକ ତଥା ଟ୍ରଷ୍ଟର ଉପଦେଷ୍ଟା ପ୍ରଦୋଷ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ୩ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ଅରିନ୍ଦମ ଦାଶ ସ୍ମୃତି ସମ୍ମାନ-୨୦୨୧’ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ଦିବ୍ୟଙ୍ଗତ ଅରିନ୍ଦମ ଦାଶଙ୍କ ଧର୍ମପତ୍ନୀ ସମୀକ୍ଷା ବେହେରା, ଓଟିଭିର କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା, ସାମ୍ବାଦିକା ଅନିତା ଦାଶ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ସଞ୍ଜୀବ କୁମାର ହରିଚନ୍ଦନ, ସୁନିଲ ମଙ୍ଗରାଜ, ରୋଶନ୍ ଅଲ୍ଲୀ ବେଗ୍‌, ଏସ୍ ରାଜୀବ ଗୌରବ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଗର ଜ୍ଞାନେନ୍ଦ୍ର ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ