ଡୁମାକୁମ୍ପା ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ଡୁମାକୁମ୍ପା ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ରୀଡା ମହୋତ୍ସବ ସାର୍ଦ୍ଦୁଳ ରାଧା କୃଷ୍ଣ ସ୍ବାମୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି କାର୍ଯ୍ୟକ୍ରମ ରେ ଗୁରାବାଡି, ଇନ୍ଦାଗଡ, ଖମାରେଡି, ଡୁମାକୁମ୍ପା ,ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ଓ ସାର୍ଦ୍ଦଳ ଉଚ୍ଚ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ କବାଡି, ଲମ୍ବ ଡିଆଁ, ସଟଫୁଟ ଥ୍ରୋ,ଡିସକସ ଥ୍ରୋ, ୧୦୦ ମିଟର ଦୌଡ, ୨୦୦ ମିଟର ଦୌଡ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ କାର୍ଯ୍ୟକ୍ରମକୁ ଡୁମାକୁମ୍ପା ସରପଞ୍ଚ ସ୍ବପ୍ନା ନାୟକ, ସମିତି ସଭ୍ୟ ଝୁମୁରୀ ବେହେରା, ପି.ଇ.ଓ ରବୀନ୍ଦ୍ରନାଥ ପାଣିଗ୍ରାହୀ ,ନାୟବ ସରପଞ୍ଚ ପ୍ରତିନିଧି ଭିକାରୀ ଗୌଡ, ସରପଞ୍ଚ ପ୍ରତିନିଧି ସଚ୍ଚିଦେବ ପ୍ରଧାନ, ପ୍ରତାପ ନାୟକ,ସମିତି ସଭ୍ୟ ପ୍ରତିନିଧି ନାରାୟଣ ବେହେରା ପ୍ରମୁଖ ଉଦଘାଟନ କରିଥିବା ବେଳେ ପୁରସ୍କାର ବିତରଣ ଉତ୍ସବରେ ଉପସ୍ଥିତ ରହି କୃତୀ ଛାତ୍ର ଛାତ୍ରୀମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ ଏହି ଅବସରରେ ଆୟୋଜିତ ସଭାରେ ରାଧାକୃଷ୍ଣ ସ୍ବାମୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାସ୍କର ପାଣି ଅଧ୍ୟକ୍ଷତା କରିଥିବା ବେଳେ ସି.ଆର୍.ସି.ସି ତ୍ରିନାଥ ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଖେଳ ଶିକ୍ଷକ ସଚିତ୍ର କୁମାର ନାୟକ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ପ୍ରସନ୍ନ କୁମାର ଷଢଙ୍ଗୀ, ପ୍ରଦୀପ କୁମାର ସାସମଲ, ଦାଶରଥି ବିଷୋୟୀ,ଉପେନ୍ଦ୍ରନାଥ ପ୍ରଧାନ, ରମେଶ ଚନ୍ଦ୍ର ବେହେରା,ଅଭିଷେକ ନାୟକ,ମହେଶ୍ବର ବିଶ୍ବାଳ, ପ୍ରଦୀପ କୁମାର ଗୌଡ, ଅନଙ୍ଗ ମୋହନ ମହାରଣା, ସୁରେନ୍ଦ୍ରନାଥ ଗୌଡ,ମନମୋହନ ପାଣିଗ୍ରାହୀ,ଭଞ୍ଜ କିଶୋର ପ୍ରଧାନ, ମୋହନଲାଲ ପ୍ରଧାନ, ହରେକୃଷ୍ଣ ଦାସ ,ଶିକ୍ଷୟିତ୍ରୀ ରିଙ୍କୁ ପ୍ରଧାନ,ଲିଜାଲିନ ଗୌଡ,ସସ୍ମିତା ପୃଷ୍ଟି ,ଶୁଭ୍ରମୟୀ ତ୍ରିପାଠୀ ପ୍ରମୁଖ ଓ ସାର୍ଦ୍ଦୁଳ ଉଚ୍ଚ ବିଦ୍ୟାଳୟର ସମସ୍ତ ଷ୍ଟାଫ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଶେଷରେ ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଦାମ ଦଳବରା ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ