ଡେଙ୍ଗୁରେ ମୃତ୍ୟ
(ଯୁଗାବ୍ଦ ନ୍ୟୁଜ) କଟକ ବଡ ମେଡିକାଲରେ ଚଳିତ ବର୍ଷ ପ୍ରଥମ ଡେଙ୍ଗୁ ଆକ୍ରାନ୍ତ ରୋଗୀର ମୃତ୍ୟୁ ଘଟି ଥିବା ଜଣପ।ଡିଛି । ମୃତକ ମହିଳା ଜଣଙ୍କଙ୍କ ଘର କେନ୍ଦ୍ରାପଡ଼ାର ଆଳି ଅଞ୍ଚଳରେ ବୋଲି ଜଣାପଡିଛି । ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ମହିଳା ଜଣକ ଗତ ଜୁଲାଇ ୨୭ ତାରିଖରୁ କଟକର ଏସସିବି ମେଡିକାଲରେ ଚିକିର୍ତ୍ସିତ ହେଉଥିଲେ ବୋଲି ସୂଚନା ମିଳିଛି । ଏହା ରାଜ୍ୟ ର ପ୍ରଥମ ଡେଙ୍ଗୁରେ ମୃତ୍ୟୁ ବୋଲି ସୂଚନା ମିଳିଛି ତେବେ ଏନେଇ କିଛି ସରକାରୀ ଭାବେ ସୂଚନା ପ୍ରଦାନ କର ଯାଇନି I