ଡେଙ୍ଗାଉସ୍ତା ଶିଶୁ ବିଦ୍ୟାମନ୍ଦିର ନୂତନ କୋଠା ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଡେଙ୍ଗାଉସ୍ତା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ଶ୍ରେଣୀଗୃହ ସମ୍ମିଳନୀ କକ୍ଷ ଓ ପୁସ୍ତକାଳୟର ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯଇଛି । ଭର୍ଚୁଆଲ ଦୃଶ୍ୟଭାଷୀ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ଶିକ୍ଷା ଦକ୍ଷତାବିକାଶ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶିକ୍ଷା ବିକାଶ ସମିତିର ସର୍ବଭାରତୀୟ ସଂଗଠନମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତି ଉଦଘାଟନ କରିଥିଲେ । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବ ରେ କେନ୍ଦ୍ରମନ୍ତ୍ରୀ ଉଦବୋଧନ ପ୍ରଦାନ କରିଥିଲେ। ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟା ନିବେଦିତା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅତିଥିଭାବେ ଓଡିଶାପ୍ରାନ୍ତ ଶିକ୍ଷାବିକାଶ ସମିତିର ଉପସଭାପତି ଲିଙ୍ଗରାଜ ଗୌଡ଼ ଆଇଓସିଏଲ୍ ଶାଖାଅଧିକାରୀ ଧୀରଜ କୁମାର କିଶୁୱାଲ ବିଦ୍ୟାଳୟ ସଭାପତି ସିମାଞ୍ଚାଳ ପଣ୍ଡା ସମ୍ପାଦକ ରବିନ୍ଦ୍ର କୁମାର ଜେନା କୋଷାଧ୍ୟକ୍ଷ ଗୌରିଶଙ୍କର ଦାଶ ପୂର୍ବତନ ସମ୍ପାଦକ ରାଧାକାନ୍ତ ସାହୁ ପରିଚାଳନାସଭ୍ୟ ବି ସରୋଜ କୁମାର ପାତ୍ର ପ୍ରମୁଖ ଯୋଗଦେଇଥିଲେ।