ଡେଙ୍ଗାଓସ୍ତା କପିଳେଶ୍ୱର ବଣିକ ସଂଘ ବାର୍ଷିକ ସମ୍ମିଳନୀ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଡେଙ୍ଗାଓସ୍ତା କପିଳେଶ୍ୱର ବଣିକ ସଂଘ ପକ୍ଷରୁ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପରିସରରେ ଅନୁଷ୍ଠିତ ବୈଠକରେ ୟୁ ସୁଧାକର ପାତ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକରେ ନୂତନ ଭାବେ ବଣିକ ସଂଘ ନୂତନକମିଟି ଗଠନ କରାଯାଇଛି। ଡେଙ୍ଗାଓସ୍ତା ରେ ଏକ ହଜାର ରୁ ଉର୍ଦ୍ଧ ଦୋକାନୀ ମାନେ ଉକ୍ତ ବୈଠକ୍ ରେ ଯୋଗ ଦେଇ ନୂତନ ବଣିକ ସଂଘ ର କର୍ମ କର୍ତ୍ତା ମନୋନୀତ କରିଛନ୍ତି ।ସର୍ବ ସମ୍ମତି କ୍ରମେ ୟୁ ସୁଧାକର ପାତ୍ର ଙ୍କୁ ପୁଣି ସଭାପତି ଚୟନ କରିଥିବା ବେଳେ ଉପ ସଭାପତି ଭାବେ ବାଳମୁକୁନ୍ଦ ପାଣିଗ୍ରାହୀ,ଦିଲୀପ ପ୍ରଧାନ,ସମ୍ପାଦକ ରାଧାକାନ୍ତ ସାହୁ,ବାପି ବେହେରା,ସନ୍ତୋଷ ପ୍ରଧାନ,କୋଷାଧ୍ୟକ୍ଷ ୟୁ ଲକ୍ଷ୍ମୀ ନାରାୟଣ ପାତ୍ର ,ଉପଦେଷ୍ଟା କେ ରାଜାରାଓ ପାତ୍ର, ଲକ୍ଷ୍ମୀକାନ୍ତ ସାହୁ ଏବଂ ୯ ଜଣ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି। ପୁରାତନ ବଣିକ ସଂଘ ପକ୍ଷରୁ ସଦସ୍ୟ ମାନେ ନୂତନ କମିଟି ବଣିକ ସଂଘ କର୍ମ କର୍ତ୍ତା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସାନଖେମୁଣ୍ଡି ବ୍ଲକ ,ଦିଗପହଣ୍ଡି ବ୍ଲକ ଅଧୀନସ୍ଥ ଡେଙ୍ଗାଓସ୍ତା ବଜାର ବାଣିଜ୍ୟ ପେଣ୍ଠ ସ୍ଥଳୀ ହୋଇଥିବା ବେଳେ ଏହି ବଜାର ଉପରେ ଗଜପତି ଏବଂ ଅଞ୍ଚଳର ହଜାର ହଜାର ଲୋକ ମାନେ ନିର୍ଭର କରିଥାନ୍ତି। ବଜାର ଭିଡ଼ ଯୋଗୁ ଟ୍ରାଫିକ ନିୟନ୍ତ୍ରଣ,ବଜାର ସଫେଇ,ପାନୀୟ ଜଳ ଯୋଗାଣ,ଗ୍ରାହକ ଙ୍କୁ ଉଚିତ ବ୍ୟବହାର ଇତ୍ୟାଦି ବିଷୟରେ ଉପରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଥିବା ବେଳେ ଏହା।କୁ ସୂଚାରୁ ରୁପେ କାର୍ଯ୍ୟକାରୀ କରିବା ପାଇଁ ନୂତନ ଭାବେ ଗଠିତ ହୋଇଥିବା କପିଳେଶ୍ୱର ବଣିକ ସଂଘ ଏବଂ ଉପସ୍ଥିତ ସମସ୍ତ ବଜାର ( ଦୋକାନୀ) ସଦସ୍ୟ ମାନେ ପ୍ରତିଶ୍ରୁତି ପାଳନ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ