ଡେଙ୍ଗୁ ଏବଂ ମ୍ୟାଲେରିଆ ରୋଗର ନିରାକରଣକୁ ନେଇ ସଚେତନତା ରାଲି

ପାରଳାଖେମୁଣ୍ଡି, (ତାରୀଣୀ ପଣ୍ଡା): ବର୍ତ୍ତମାନ୍ ବିଭିନ୍ନ ସ୍ଥାନରେ ଡେଙ୍ଗୁ ଜର ବ୍ୟାପିବାର ଦେଖିବକୁ ମିଳିଛି ତେଣୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦର 5 ନମ୍ବର ୱାର୍ଡରେ ଡେଙ୍ଗୁ ଏବଂ ମ୍ୟାଲେରିଆକୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ ସ୍ୱାସ୍ଥ୍ୟ ବିଭାଗ ଏବଂ ପାରଳାଖେମୁଣ୍ଡି ପୌରପାଳିକା ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ଏଥିରେ ଏଏନ୍‌ଏମ୍‌, ଅଙ୍ଗନବାଡି କର୍ମୀ, ଆଶାକର୍ମି ଏବଂ ସ୍ୱେଚ୍ଛାସେବୀମାନେ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ ପୂର୍ବକ ରାଲି କରିଥିଲେ । ବିଶେଷ ରୁପେ ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ଡେଙ୍ଗୁ ଏବଂ ମ୍ୟାଲେରିଆର ପ୍ରାଦୁର୍ଭବ ବଡୁଥିବା ଦେଖିବାକୁ ମିଳୁଥିବା ବେଳେ ଗଜପତି ଜିଲ୍ଲା ରେ ଏହାର ମୁକାବିଲା ପାଇଁ ଲୋକଙ୍କୁ ସଚେତନତା କରାଯାଇଛି, ଘର ନିକଟରେ ପାଣି ନାଜମାଇବା ସହ ନିକଟ ପରିବେଶ ସ୍ୱଚ୍ଛ ରଖିବା ଓ ଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବାକୁ ୱାର୍ଡ ବାସିନ୍ଦା ଙ୍କୁ ସଚେତନତା କରାଯାଇଥିଲା,କାର୍ଯ୍ୟକ୍ରମ ରେ ଉଡାନ ସ୍ଵଂୟ ସହାୟକ ଗୋଷ୍ଠୀ ସଦସ୍ୟ, ମିଶନ ଶକ୍ତି ର ସ୍ୱାସ୍ତିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସମ୍ପାଦିକା ଗାୟତ୍ରୀ ରାଜ, ଆଶାକର୍ମୀ ରଞ୍ଜିତା ପ୍ରଧାନ, ଅଙ୍ଗନବାଡ଼ି କର୍ମୀ ବି. ସାରଦା, ସ୍ଵାସ୍ଥ୍ୟ କର୍ମୀ ଆରତୀ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ୱାର୍ଡ ର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନତା କରିଥିଲେ. ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ