ଡେମ ନିର୍ମାଣ ପ୍ରସ୍ତାବ ପ୍ରଶାସନର ନାଲିଫିତା ତଳେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ବ୍ଲକର ପେଡାମାଡ଼ି ଠାରେ ଖାଡ଼ଗ ରାୟ ଜଳସେଚନ ପ୍ରସ୍ତାବ ଏବେ ଜଏନ ହୋଇ ନ ଥିବାରୁ ଚାଷୀ ଓ ଜନ ନେତା ମାନେ କ୍ଷଭ ପ୍ରକାଶ କରିଛନ୍ତି |ଗୁମ୍ମା ବ୍ଲକର ଏକ ପାହାଡ଼ରୂ ପ୍ରବାହିତ ଚିର ଶ୍ରୋତା ନାଳ ରେ ଏକ ଚେକ ଡେମ ବାନ୍ଧି ଲେ ୪ ଟି ପଂଚାୟତ ର ଚାଷୀ ସବୁଦିନ ପଶିଣ ପାଣି ପାଇଥାନ୍ତେ | ଏ ନେଇ କାଶୀନଗର ରୟିତ ସଙ୍ଘ ର ସଭାପତି ଓ ବର୍ତମାନ କାଶୀନଗର ଉପାଧ୍ୟକ୍ଷ୍ୟ ଶ୍ରୀ ରଘୁରାମ ସାହୁ, ପ୍ରଶାନ୍ତ ମିଶ୍ର (ରୟିତ ସଙ୍ଘ ସଭାପତି ), ଶିଆଳି ର ବର୍ତମାନ ସରପଞ୍ଚ ଶ୍ରୀ ରାମ ପ୍ରସାଦ ପଟନାୟକ ଓ ଚାଷୀ ମାନଙ୍କ ପ୍ରତିନିଧି ପ୍ରସ୍ତାବିତ ସ୍ଥଳ କୁ ଯାଇ ଭବିଷ୍ୟତ ରେ ଏହି ପ୍ରକଳ୍ପ ହେଲେ କିକି ଲାଭ ହେବ ସେ ନେଇ ଏକ ବିସ୍ତୃତ ରିପୋର୍ଟ ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କୁ ମିଶି ବିଜେଡି ମଇନାରୀଟି ସେଲ ସମ୍ପାଦକ ପଲ୍ଲଵ ଲିମ୍ମା ଙ୍କ ଶହ ଯାଇ ଏକ ସ୍ମାରକ ପାତ୍ର ଦେଇ ଥିଲେ |ସେ ଏ ନେଇ ସମ୍ପୃକ୍ତ ବିଭାଗ କୁ ପ୍ରେରଣ କରିଥିଲେ, ହେଲେ ସେହି ପ୍ରସ୍ତାବିତ ପ୍ରକଳ୍ପ ସରକାରୀ ନାଲିଫିତା ତଳେ ଚାପି ହୋଇ ରହିଛି | ବରୟମାନ ଶାସକ ଦଳ ଯଦି ଏହି ପ୍ରକଳ୍ପ ପାଇଁ ଦାବୀ କଲେ ଏହା କାର୍ଯ୍ୟକାରୀ ହେବ | ସରକାର ଙ୍କ ବିଭୂନ ଯୋଜନା ରହିଥିଲେ ସ୍ଵଧା ଏଭଳି ଜଳସେସହାଁ ପ୍ରକାଳ କୁ କାଁହୁଜି ବେଖାତିର କରାଯାଉଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି | ଏହି ପ୍ରକଳ୍ପ ହେଲେ ଶିଆଳି, ଗରିବନ୍ଧା, କିଣିଗାଁ, ଆନ୍ଧ୍ର ର କିଛି ଜମି ମଧ୍ୟ ଜଳସେଚିତ ହୋଇପାରିବ ବୋଲି ସଙ୍ଘ ଦାବୀ କରିଛି | ଜଳସେଚନ, କ୍ଷୁଦ୍ର ଜଳ ସ୍ୱଚନ ବିଭାଗ କଣ କାମ କରୁଛି ବୋଲି ପ୍ରଶ୍ନ ଏବେ ଉଙ୍କି ମାରୁଛି? ବର୍ତ୍ତମାନ ଗଜପତି ଜିଲ୍ଲାରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ କାଶୀନଗର ଅଞ୍ଚଳର ଚାଷୀ ଓ କୃଷକ ମାନଙ୍କ ଉନ୍ନତି ଏବଂ ଚାଷ ବେଉସାରେ ସୁବିଧାରେ ଜଳ ସେଚନ ପାଇଁ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ