ଡେରିକି ପଂଚାୟତରେ ଭୂତ ନେଉଛି ରାସନ ସାମଗ୍ରୀ

(ଯୁଗାବ୍ଦ ନ୍ୟୁଜ୍) ::ସରକାର ଗରିବ ଜନସାଧାରଣଙ୍କୁ କିଲୋ ପ୍ରତି ୧ଟଙ୍କା ଦରରେ ମାସିକ ମୁଣ୍ଡପିଛା ୫ କିଲୋ ରାସନ ସାମଗ୍ରୀ ଯୋଗାଇ ଦେବା ପାଇଁ ଯୋଜନା କରିଛନ୍ତି । ଏହାର ସୁ ବଂଟନ ପାଇଁ ଡିଲରଙ୍କୁ ନିଯୁକ୍ତି ଦେଇଥିବା ବେଳ ଏହାର ସ୍ୱଛତା ଆଣିବା ପାଇଁ ଡିଲର ପଂଏଟରେ ସୂଚନା ବୋର୍ଡ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏବଂ ଏହାର ସଠିକ ତଦାରଖ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ଏହା ସହିତ ଅଧିକ ସ୍ୱଛତା ଆଣିବା ପାଇଁ ଆଧାର ସଂଯୋଗ ଭିତିରେ ଆଙ୍ଗୁଠି ଛାପା ମେସନି ବ୍ୟବହୃତ କରାଯାଉଥିବା ବେଳେ ମୋବାଇଲ ଅଟିପି ମାଧ୍ୟମରେ ସାମଗ୍ରୀ ପ୍ରଦାନ କରିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ଡିଲରମାନେ ଉପସ୍ଥିତ ହିତାଧିକାରୀଙ୍କ ମେସିନରେ ଆଙ୍ଗୁଠି ଛାପା ନେଇ ସେମାନଙ୍କୁ ସାମଗ୍ରୀ ପ୍ରଦାନ କରୁଥିବା ବେଳେ ଅନୁପସ୍ଥିତ ରହିଥିବା ହିତାଧିକାରୀଙ୍କ ସାମଗ୍ରୀକୁ ମୋବାଇଲ ଅଟିପି ବ୍ୟବସ୍ଥା ମାଧ୍ୟମରେ ଦେଉଛନ୍ତି । ଯେଉଁ ହିତାଧିକାରୀ ରାସନ ସାନଗ୍ରୀ ନେଉ ନାହାନ୍ତି ଡିଲରମାନେ ନିଜ ମୋବାଇଲ ନମ୍ବର ସଂଯୋଗ କରି ଉକ୍ତ ସାମଗ୍ରୀ ହଡପ କରୁଥିବା ଅଭିଯୋଗ ହେଉଛି । ଯାହା ଦେଖିବାକୁ ମିଳୁଛି ନାଉଗାଁ ବ୍ଳକ ଡେରିକି ପଂଚାୟତର ୧୨୦୬ପି୦୨୨ ଡିଲର ପଂଏଟରେ । ସୂଚନା ଅନୁସାରେ ନାଉଗାଁ ବ୍ଲକରେ ୨୦୧୪ ଡିସେମ୍ବର ମାସରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ ସାମଗ୍ରୀ ବଂଟନ ପ୍ରକିୟା ଆରମ୍ଭ କରାଗଲା । ଏହି ପ୍ରକିୟାରେ ଅଯୋଗ୍ୟ ବ୍ୟକ୍ତିଙ୍କୁ ବାଦ ଦିଆଯାଉଥିବା ବେଳେ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ରାସନ ସାମଗ୍ରୀ ଯୋଗାଇ ଦିଆଗଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ୱବେସାଇଟ ତଥ୍ୟ ଅନୁସାରେ ଡେରିକି ପଂଚାୟତରେ ୧୨୦୬ପି୦୨୨ ନମ୍ବର ଥିବା ଡିଲର ରାସନ ସାମଗ୍ରୀ ବଂଟନ ପାଇଁ ଦାୟିତ୍ୱ ନେଇଛନ୍ତି । ତାଙ୍କ ପାଖରେ ଏନଏଫଏସଏର ୭୩୬ ରାସନ କାର୍ଡ ରହିଥିବା ବେଳେ ଏଥିରେ ୩୦୫୧ଜଣ ହିତାଧିକାରୀ ରହିଛନ୍ତି । କିନ୍ତୁ ଏହି ହିତାଧିକାରୀଙ୍କ ମଧ୍ୟରେ ଲକ୍ଷ୍ମୀ ପଣ୍ଡିତ (୧୨୦୬୦୫୧୦୮୪୨)ଙ୍କ ନାମରେ ରାସନ କାର୍ଡ ରହିଛି । ଏହି ବ୍ୟକ୍ତିଙ୍କ ନାମରେ ପ୍ରତି ମାସରେ ରାସନ ସାମଗ୍ରୀ ଉଠାଣ ହେଉଛି । ଏହି କାର୍ଡଧାରୀ ବ୍ୟକ୍ତି କିଏ ଓ ଏହି ବ୍ୟକ୍ତିର ରାସନ ସାମଗ୍ରୀ କିଏ ନେଉଛି ସାଧାରଣରେ ବଡ ପ୍ରଶ୍ନ ଛିଡା ହୋଇଛି । ଯଦି ବା ଏହି ବ୍ୟକ୍ତି ଜଣକ ରାସନ କାର୍ଡ ପାଇବା ପାଇଁ ଫର୍ମ ଆବେଦନ କରିଛନ୍ତି ତେବେ ଆବେଦନ ଫର୍ମର ଦସ୍ତଖତ ଓ ସାମଗ୍ରୀ ଉଠାଯାଉଥିବା ଖାତାରେ ଦସ୍ତଖତ ଯାଂଚ କରିବା ପାଇଁ ସାଧାରଣରେ ଦାବି ହେଉଛି । ପ୍ରକାଶ ଥାଉକି ଏହି ଡିଲର ପଂଏଟରେ ୧୫ ଦିନ ପୂର୍ବେ ଗଂଗଦା ଗ୍ରାମର ବାସନ୍ତି ମଲ୍ଲିକ(୧୨୦୬୦୫୧୦୪୬୮)ର ରାସନ କାର୍ଡରେ ତାଙ୍କ ଝିଅଙ୍କ ନାମ ଥିଲା । ତାଙ୍କ ଝିଅର ବିବାହ ହୋଇଯିବାରୁ ଉକ୍ତ ଡିଲର ତାହା ଜାଣିପାରି ତାଙ୍କ ଝିଅର ନାମ ରାସନ କାର୍ଡରୁ ବାଦ ଦିଆଯାଇଛି ବୋଲି ରାସନ ସାମଗ୍ରୀ ଦେଉନଥିଲେ । ତାଙ୍କ ଝିଅର ନାମ ରାସନ କାର୍ଡରେ ଥିବା ବାସନ୍ତି ମଲ୍ଲିକ ଜାଣିପାରି ଝିଅର ନାମକୁ ରାସନ କାର୍ଡରୁ ବାଦ ଦେବା ପାଇଁ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଏହି ଖବର ପ୍ରକାଶ ପାଇବା ପରେ ଉକ୍ତ ଡିଲର ରାତିଅଧିଆ ବାସନ୍ତି ମଲ୍ଲିକଙ୍କ ଘରେ ପହଁଚି ବକେୟା ସମସ୍ତ ରାସନ ସାମଗ୍ରୀ ଦେଇଥିବା ଚର୍ଚ୍ଚା ହେଉଛି । ଯଦି ନାଉଗାଁ ବ୍ଳକରେ ରହିଥିବା ସମସ୍ତ ଡିଲର ପଂଏଟରେ ସଠିକ ତଦନ୍ତ କରାଯିବ ଲକ୍ଷ୍ମୀ ପଣ୍ଡିତଙ୍କ ପରି ଅନେକ ଫେକ କାର୍ଡ ସହିତ ମୃତ ବ୍ୟକ୍ତି ଓ ଝିଅ ବିବାହ ହେବା ପରେ ସେମାନଙ୍କ ନାମ କାର୍ଡରୁ ବାଦ ନ ଦିଆଯାଇ ସେମାନଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯାଇନଥିବା ଭଳି ଘଟଣା ପଦାକୁ ଆସିବ ବୋଲି ଦାବି ହେଉଛି । ଏ ସଂର୍ପକରେ ବ୍ଲକ ଯୋଗାଣ ନିରୀକ୍ଷକଙ୍କୁ ପଚାରିବାରୁ ଯଦି ସେଭଳି କିଛି ତଥ୍ୟ ପ୍ରଦାକୁ ଆସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ