ଡେରିକି ପଂଚାୟତରେ ସଚେତନତା କାର୍ଯ୍ୟକ୍ରମ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପଂଚାୟତରେ ସୋମବାର ‘ଆମ ଓଡିଶା ନବିନ ଓଡିଶା’ ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଡିଓ ତପନ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ ଗ୍ରାମାଂଚଳର ଜନସାଧାରଣଙ୍କ ପାଇଁ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥିଭାବେ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଣ, ସରପଂଚ ପ୍ରଶାନ୍ତ ଜେନା, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ଡାବର ସମିତି ସଭ୍ୟ ସୁବଳ ବେହେରା, ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ, ଗଳଦାରୀ ସରପଂଚ ଦିଲ୍ଲିପ ନାୟକ, ସମାଜସେବୀ ପ୍ରତ୍ୟୁଷ ପରିଡା ପ୍ରମୁଖ ଯୋଗ ଦେଇ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ବିଶଦ ବିବରଣୀ ପ୍ରଦାନ କରିଥିଲେ । ପରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପଂଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପୁସ୍ତିକା ଉନ୍ମୋଚନ କରାଯାଇ ଜନସାଧାରଣଙ୍କୁ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲାମାନେ ସଚେତନତାମୂଳକ ନୃତ୍ୟ ପରିବେଷଣ କରିଥିବା ହେତୁ ବିଧାୟକ ମୁଦୁଲି ସେମାନଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ନୋଡାଲ ଅଧିକାରୀ ତଥା କନିଷ୍ଠ ଯନ୍ତ୍ରୀ ସ୍ମୃତିରଂଜନ ନାୟକ କାର୍ଯ୍ୟକ୍ରମକୁ ତଦାରଖ କରୁଥିବା ବେଳେ ପିଇଓ ପ୍ରସନ୍ନ ପରିଡା କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ । ସମାଜସେବୀ ପ୍ରକାଶ ଜେନା, ପ୍ରଭାତ ମହାନ୍ତି, ଗାଲବ ଜେନା ଆଦିଙ୍କ ସମେତ ପଂଚାୟତର ମହିଳା ସ୍ୱୟଂ ସହାୟୀକା ଦଳର ସଭ୍ୟା, ମିଶନ ଶକ୍ତିର ଏମବିକେ, ସିଆରପିମାନେ ପରିଚାଳନାରେ ସହଯୋଗ କରିଥିଲେ ।