୩୮ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଅନୁଷ୍ଠିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପଦ୍ମଶ୍ରୀ ସ୍ବର୍ଗତ ଗୁରୁ ଗଙ୍ଗାଧର ପ୍ରଧାନ ଙ୍କ ମାନସ ସନ୍ତାନ ଅର୍କ ବିହାର ସ୍ଥିତ କୋଣାର୍କ ନାଟ୍ୟମଣ୍ଡପ ଠାରେ ୩୮ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ -୨୪ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ କୋଣାର୍କ ନାଟ୍ୟମଣ୍ଡପ ପରିସରରେ ଥିବା ବାବା ବାଲୁଙ୍କେଶ୍ୱର ମହାଦେବ ଙ୍କ ନିକଟରୁ ଘଣ୍ଟ ମର୍ଦଲର ତାଳେ ତାଳେ ଆଜ୍ଞା ମାଳ ଆସିବା ପରେ ୩୮ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଶୁଭାରମ୍ଭ ହୋଇଥିଲା।ଏହି ଉତ୍ସବରେ ଅତିଥି ଭାବରେ ସୃଜନ ଅନୁଷ୍ଠାନ ର ବିଶିଷ୍ଟ ଗୁରୁ ରତିକାନ୍ତ ମହାପାତ୍ର, ଗୁରୁ ଗଙ୍ଗାଧର ପ୍ରଧାନ ଙ୍କ ପତ୍ନୀ ସୁଲୋଚନା ପ୍ରଧାନ, ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, କୋଣାର୍କ ନାଟ୍ୟ ମଣ୍ଡପର ସମ୍ପାଦକ ଶିବାସିସ ପ୍ରଧାନ, ନାଟ୍ୟମଣ୍ଡପର ସଭାପତି ଡ଼ଃ ରମଣୀ ରଞ୍ଜନ ଜେନା ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ। ନିମାପଡା ନୃତ୍ୟାଳୟ ଅନୁଷ୍ଠାନ ପକ୍ଷରୁ ପଂଚଦେବ ସ୍ତୁତି ପରିବେଷିତ ହୋଇଥିଲା।ଏହା କୋଣାର୍କ ନାଟ୍ୟମଣ୍ଡପ ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପରେ ପରେ ବିଶିଷ୍ଟ ବଂଶୀ ବାଦକ ଅଭିରାମ ନନ୍ଦ ଙ୍କ ଦ୍ଵାରା ବଂଶୀ ବାଦନ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ଏହି ବଂଶୀ ବାଦନ ରେ ସହଯୋଗ କରିଥିଲେ ତବଲା ଗୁରୁ କୁଳମଣି ସାହୁ।ପରେପରେ ଭୁବନେଶ୍ୱର ସ୍ଥିତ ଶ୍ରୀଜନ ଓଡିଶୀ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଗୁରୁ ରତିକାନ୍ତ ମହାପାତ୍ର ଓ ସାଥି କଳାକାର ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।ଶେଷରେ କୋଲକାତା ର ବିଶିଷ୍ଟ ଭାରତ ନାଟ୍ୟମ ଗୁରୁ ଅର୍ପିତା ସେନ ଓ ସାଥି କଳାକାର ମାନଙ୍କ ଦ୍ୱାରା ଭାରତ ନାଟ୍ୟମ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ କୋଣାର୍କ ନାଟ୍ୟମଣ୍ଡପ ର ଉପସଭାପତି ପ୍ରସନ୍ନ ବେଉରିଆ ,ବିଷ୍ଣୁ ସାସମଲ , ଉମେଶ ସ୍ବାଇଁ ଓ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।


