ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଯୋଡା,(ସମୀର କୁମାର ଦାସ): ବାମେବାରୀ ଥାନା ଅନ୍ତର୍ଗତ ବି-ପ୍ଲଟ ନିକଟରେ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତଦେହ ଗୁରୁବାର ପୋଲିସ ଉଦ୍ଧାର କରିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଟ୍ରକ ଡ୍ରାଇଭରଙ୍କ ନାମ ଶଙ୍କର ବବଙ୍ଗା(୨୨) ତାଙ୍କ ଘର ବଡବିଲ ଅଂଚଳର ବୋଲି ଜଣାପଡିଛି । ଶଙ୍କରଙ୍କ ମୃତଦେହ ପଡିଥିବା ସ୍ଥାନରେ ସେ ଚଳାଉଥିବା ଟ୍ରକ୍‌ଟି ମଧ୍ୟ ଠିଆ ହୋଇଥିଲା । ମୃତ ଶଙ୍କରଙ୍କ ପରିବାର ପକ୍ଷରୁ ଏହାକୁ ହତ୍ୟା ସନ୍ଦେହ କରାଯାଇ ବାମେବାରୀ ଥାନାରେ ଅଭିଯୋଗ କରାଯାଇଛି । ଶଙ୍କରଙ୍କ ମୁଣ୍ଡ ଓ କାନରେ ଗଭୀର କ୍ଷତ ର ଚିହ୍ନ ରହିଛି । ଏନେଇ ବାମେବାରୀ ଥାନାରେ କେସ ନଂ-୧୨/୨୦୨୧ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ