ଡ୍ରିମ୍ସ ଆଇଡିଆଲ ସ୍କୁଲରେ ଅମୃତ ମହୋତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା) : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଡ୍ରିମସ ଆଇଡିଆଲ ସ୍କୁଲରେ ଦୁଇଦିନ ଧରି ବିଭିନ୍ନ ଦେଶାତ୍ମବୋଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରବିବାର ସକାଳେ ଛାତ୍ରଛାତ୍ରୀମାନେ ପ୍ରଭାତ ଫେରୀ ସାଙ୍ଗକୁ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ସମ୍ପର୍କରେ କହିଥିଲେ । ପୂର୍ବତନ ଜିଲା ପରିଷଦ ସଭାପତି ଗିରୀଶ ଚନ୍ଦ୍ର ଦାଶ, କବି କାଳୀପଦ ପଣ୍ଡା, ସ୍ଥାନୀୟ କାଉନସିଲର ରଞ୍ଜିତା ମହାପାତ୍ର ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱାଧୀନତା ସପ୍ତାହ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଗଙ୍ଗାଧର ଦାସ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ପୁଷ୍ପିତା ମହାନ୍ତି, ରେହେନା ବେଗମ, ଦେବଶ୍ରୀ ଗିରି, ସ୍ମୃତିରେଖା ଦାସ, ସ୍ମୃତିସୁଧା ଦାସ, ଦୀପାଂଜଳି ଦାସ, ସତ୍ୟଭାମା ପ୍ରଧାନ, ଶାନ୍ତିଲତା ଖଟୁଆ, ଆରତୀ ଦାସ, ଅନୀତା ରାଣୀ ଦାସ, ରଶ୍ମିରେଖା ଦାସ, ଦୀପ୍ତିକୃଷ୍ଣା ମହାନ୍ତି, ରୁନୀ ସିଂ, ଭଗବାନ ବେହେରା, ବବିତା ଦାସ ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।