ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ବସନ୍ତିଆ ଠାରେ ଜଳ ନିଷ୍କାସନ ନାଳ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାମାନ୍ୟ ବର୍ଷାରେ ବଜାର ଓ ଗ୍ରାମ ଜଳମଗ୍ନ ହୋଇ ଯାଉଥିବା ବେଳେ ଲୋକମାନଙ୍କ ଯାତାୟତ ଓ ଦୋକାନ ବଜାର ବସିବାରେ ବାଧା ସୃଷ୍ଟି କରୁଛି । ଏହାର ପ୍ରତିକାର ପାଇଁ ଅଂଚଳବାସୀ ବାରମ୍ବାର ପ୍ରଶାସନ ଠାରେ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଭଦ୍ରକ-ଆନନ୍ଦପୁର ୫୩ ନଂ. ରାଜ୍ୟ ରାଜପଥର ଦୁଇ ପାଶ୍ୱର୍ରେ ଥିବା ନାଳ ପୋତି ହୋଇଯିବା ଏବଂ କିଛି ବ୍ୟକ୍ତିଙ୍କ ଦ୍ୱାରା ତାହାର ଅବରୋଧ କରାଯିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଉକ୍ତ ସ୍ଥାନରେ ଜଳ ନିଷ୍କାସନ ନାଳ କରା ନଗଲେ ଆଗାମୀ ଦିନରେ ସମସ୍ୟା ଅଧିକ ଉତ୍କଟ ହେବ ବୋଲି ଲୋକେ କହିଛନ୍ତି । ଉକ୍ତ ରାସ୍ତାର ଗୋଟିଏ ପାର୍ଶ୍ୱରେ ବସନ୍ତିଆ-ନନ୍ଦିପଦା ହାଟ ରହିଥିବା ବେଳେ ଉଭୟ ପାଶ୍ୱର୍ରେ ଗ୍ରାମ୍ୟ ରାସ୍ତା ଓ ଦୋକାନ, ବ୍ୟାଙ୍କ, ଡାକଘର, ପ୍ରାଣୀ ଚିକିତ୍ସାଳୟ, ବିଦ୍ୟାଳୟ, ଛୋଟ ବଡ଼ ବ୍ୟବସାୟ ପ୍ରତିଷ୍ଠାନ, କ୍ଷୁଦ୍ର କାରଖାନା ଓ ପ୍ରକଳ୍ପ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ରହିଛି । ଉକ୍ତ ବଜାର ଉପରେ ବନ୍ତ ବ୍ଲକର ବସନ୍ତିଆ, ବନ୍ତ, ଟିଲୋ, ରାମଚନ୍ଦ୍ରପୁର, ନିଳୋକ ଆଦି ବହୁ ପଞ୍ଚାୟତ ସମେତ କେନ୍ଦୁଝର ଜିଲ୍ଲାର ହାଟଡିହୀ ବ୍ଲକର ଶତାଧିକ ଲୋକ ନିର୍ଭର କରୁଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି ।ହାନ୍ତି):ବନ୍ତ ବ୍ଲକ ବସନ୍ତିଆ ଠାରେ ଜଳ ନିଷ୍କାସନ ନାଳ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାମାନ୍ୟ ବର୍ଷାରେ ବଜାର ଓ ଗ୍ରାମ ଜଳମଗ୍ନ ହୋଇ ଯାଉଥିବା ବେଳେ ଲୋକମାନଙ୍କ ଯାତାୟତ ଓ ଦୋକାନ ବଜାର ବସିବାରେ ବାଧା ସୃଷ୍ଟି କରୁଛି । ଏହାର ପ୍ରତିକାର ପାଇଁ ଅଂଚଳବାସୀ ବାରମ୍ବାର ପ୍ରଶାସନ ଠାରେ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଭଦ୍ରକ-ଆନନ୍ଦପୁର ୫୩ ନଂ. ରାଜ୍ୟ ରାଜପଥର ଦୁଇ ପାଶ୍ୱର୍ରେ ଥିବା ନାଳ ପୋତି ହୋଇଯିବା ଏବଂ କିଛି ବ୍ୟକ୍ତିଙ୍କ ଦ୍ୱାରା ତାହାର ଅବରୋଧ କରାଯିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଉକ୍ତ ସ୍ଥାନରେ ଜଳ ନିଷ୍କାସନ ନାଳ କରା ନଗଲେ ଆଗାମୀ ଦିନରେ ସମସ୍ୟା ଅଧିକ ଉତ୍କଟ ହେବ ବୋଲି ଲୋକେ କହିଛନ୍ତି । ଉକ୍ତ ରାସ୍ତାର ଗୋଟିଏ ପାର୍ଶ୍ୱରେ ବସନ୍ତିଆ-ନନ୍ଦିପଦା ହାଟ ରହିଥିବା ବେଳେ ଉଭୟ ପାଶ୍ୱର୍ରେ ଗ୍ରାମ୍ୟ ରାସ୍ତା ଓ ଦୋକାନ, ବ୍ୟାଙ୍କ, ଡାକଘର, ପ୍ରାଣୀ ଚିକିତ୍ସାଳୟ, ବିଦ୍ୟାଳୟ, ଛୋଟ ବଡ଼ ବ୍ୟବସାୟ ପ୍ରତିଷ୍ଠାନ, କ୍ଷୁଦ୍ର କାରଖାନା ଓ ପ୍ରକଳ୍ପ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ରହିଛି । ଉକ୍ତ ବଜାର ଉପରେ ବନ୍ତ ବ୍ଲକର ବସନ୍ତିଆ, ବନ୍ତ, ଟିଲୋ, ରାମଚନ୍ଦ୍ରପୁର, ନିଳୋକ ଆଦି ବହୁ ପଞ୍ଚାୟତ ସମେତ କେନ୍ଦୁଝର ଜିଲ୍ଲାର ହାଟଡିହୀ ବ୍ଲକର ଶତାଧିକ ଲୋକ ନିର୍ଭର କରୁଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ