ଡ୍ରେନ ଅବରୋଧ କରିଥିବାରୁ ଦୁଇ ଜଣଙ୍କ ଠାରୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ

ଛତ୍ରପୁର,(ଦେବଦତ୍ତ ମହାରଣା): ଡ୍ରେନ ଅବରୋଧ ଓ ଘର ନିର୍ମାଣ ସାମଗ୍ରୀ ଡ୍ରେନ ଉପରେ ରଖିବା ହେତୁ ଛତ୍ରପୁର ଏନ.ଏସି ପକ୍ଷରୁ ୨ ଜଣଙ୍କ ଠାରୁ ୨୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଥିବା ଟୁଇଟ ଯୋଗେ ଛତ୍ରପୁର ଏନ.ଏସି ପକ୍ଷରୁ ସୂଚନା ଦେଇଛନ୍ତି । ଡ୍ରେନ,ଫୁଟପାଥ ରୋଡ୍ରେ ଘର ନିର୍ମାଣ ସାମଗ୍ରୀ ଓ ଘରଭଙ୍ଗା ସାମଗ୍ରୀ ନରଖିବା ନିମନ୍ତେ ପୂର୍ଵରୁ ଛତ୍ରପୁର ଏନ.ଏସି ପକ୍ଷରୁ ମଧ୍ୟ ଡାକବାଜି ଯନ୍ତ୍ର ଦ୍ୱାରା ସଚତେନ କରାଯାଉଛି । ଏହା ସହିତ ଏହାକୁ ଯେଉଁ ମାନେ ଅବମାନନା କରୁଛନ୍ତି ସେମାନଙ୍କ ଠାରୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ମଧ୍ୟ କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ