ଡ୍ରେନ ଉପରେ ନିର୍ମିତ ଘରକୁ ଜବରଦଖଲ ଉଛେଦ

ଭଞ୍ଜନଗର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହରର ଖାଲ ସାହିରେ ୨୪ ଘଣ୍ଟିଆ ନୋଟିସ ଦେବା ପରେ ଗୁରୁବାର ଭଞ୍ଜନଗର ଉପଖଣ୍ଡର ଉପ-ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଦିନ ମଣି ନାୟକ, ଥାନା ଅଧିକାରୀ ସୁଦୀପ୍ତ ସାହୁ, ପୂର୍ତ୍ତ ବିଭାଗ ଅଧିକାରୀ, ଅଗ୍ନିଶମ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଜବରଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ମେସିନ ସାହାଯ୍ୟରେ ଡ୍ରେନ ଉପରେ ଥିବା ଘର ଗୁଡିକୁ ଭଙ୍ଗା ଯାଇଛି ।ଡ୍ରେନ ଉପରେ ଖାଲା ସାହିର ଲୋକେ ପୂର୍ବରୁ ଘର ଦେଇ ଥିବାରୁ ସବୁବେଳେ ଡ୍ରେନ ପୋତି ହୋଇ ରାସ୍ତା ଉପରେ ଡ୍ରେନ ପାଣି ଜମି ରହୁଛି ଏବଂ ରାସ୍ତା ଓସାରିଆ ନଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦଉଛି । ଏହି ସବୁ ସମସ୍ୟା କୁ ଦୃଷ୍ଟି ରେ ରଖି ଭଞ୍ଜନଗର ଏନ୍ .ଏ. ସି ଏହି ଭଳି ପଦକ୍ଷେପ ନିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ