ଡ୍ରେନ ପାଇଁ ଜବରଦଖଲ ଉଚ୍ଛେଦ ଆରମ୍ଭ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଓଡିଶାର ଦ୍ୱିତୀୟ ବୃହତମ ବ୍ଳକ ମୋହନା ୩୯ଟିି ପଚାଂୟତ ପ୍ରତ୍ୟେକ ଦିନ ମୋହନା ବଜାର ଉପରେ ନିର୍ଭର କରନ୍ତି । ଯାହାକି ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ମୋହନାରେ ଥିବା ହେତୁ ଦୈନିକ ହଜାର ହଜାର ଲୋକେ ଓ ସହ ସହ ଯାନବାହାନ ଯାତାୟତ କରେ | ହେଲେ ମୁଖ୍ୟ ବଜାରରେ ଅଧପନ୍ତରିଆ ହୋଇ ଡ୍ରେନ କାମ ଅଟକି ଯାଇଥିଲା | ପାଣ୍ଡା ଛକ ପଟେ ଡ୍ରେନ ହୋଇନଥିବାରୁ ଘରୋଇ ଆବର୍ଜନା ପାଣି ରାସ୍ତା ଉପରେ ସୁଅ ଛୁଟୁ ଥିଲା । ଯାହା ଫଳରେ ଯାତାୟତରେ ବାଧା ସୃଷ୍ଟି ହେଉଥିଲା । ବହୁବାର ଖବର ପ୍ରଶାରଣ ପରେ ପୂର୍ତ୍ତ ବିଭାଗର ନିଦ ଭାଙ୍ଗିବା ପରେ ଆଜି ମୋହନା ବଜାରର ଅଧାରହିଥିବା ଡ୍ରେନ କାମ ପୁଣି ଆରମ୍ଭ ହୋଇଛି । ଯେଉଁମାନେ ଜବରଦଖଲ କରି ଆଗକୁ ଦୋକାନ ବଢାଇଥିଲେ ସେମାନଙ୍କର ସରକାରୀ ନିୟମ ଅନୁଯାୟୀ ପିଣ୍ଢା ଭାଙ୍ଗିବା ସହ ଦୋକାନକୁ ଉଚ୍ଛେଦ କରାଯାଇଛି । ଏହି ଅବସରରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର ଉପସ୍ଥିତ ରହି ତଦାରଖ କରିଛନ୍ତି ।