ଯୁଗ୍ମ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ଶ୍ରମିକ ଫେଡ଼େରେସନର ବିକ୍ଷୋଭ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଓଡ଼ିଶା ନିର୍ମାଣ ଶ୍ରମିକ ଫେଡ଼େରେସନ ତରଫରୁ ୧୧ ଦଫା ଦାବି ନେଇ ଆଜି ଓଡ଼ିଶା ଯୁଗ୍ମ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଶ୍ରମ ବିରୋଧୀ ଚାରୋଟି ଲେବର କୋଡ଼ ବାତିଲ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଡ଼ି ରହିଥିବା ନିର୍ମାଣ ଶ୍ରମିକମାନଙ୍କର ଆବେଦନ ଫର୍ମଗୁଡ଼ିକୁ ତୁରନ୍ତ ପଞ୍ଜିକରଣ କରିବା, ନୂତନ ଆବେଦନ ଫର୍ମ ଗୁଡ଼ିକୁ ପଞ୍ଜିକରଣ କରିବା, କୋଭିଡ୍‌-୧୯ ସହାୟତା ରାଶି ପାଇନଥିବା ଅବଶିଷ୍ଟ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ତୁରନ୍ତ ପ୍ରଦାନ ଓ ପଡ଼ି ରହିଥିବା ବିଭିନ୍ନ ସହାୟତା ରାଶିଗୁଡ଼ିକୁ ତୁରନ୍ତ ପ୍ରଦାନ ଆଦି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଯୁଗ୍ମ ଶ୍ରମ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଶ୍ରମ କମିଶନର ଆସନ୍ତା ସୋମବାର ସୁଦ୍ଧା ସମାଧାନର ବାଟ ବାହାର କରି ଶ୍ରମିକମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ବିକ୍ଷୋଭ ପ୍ରଦର୍ଶନରେ ଫେଡ଼େରେସନର ସଭାପତି ସାଥୀ ସୁରେଶ ଚନ୍ଦ୍ର ରାଉତରାୟ, ସାଧାରଣ ସମ୍ପାଦକ ପଞ୍ଚାନନ ମହାରଣା, ଉପସଭାପତି ପ୍ରଦୀପ ମହାନ୍ତି, କାର୍ଯ୍ୟକାରୀ ସଭାପତି ଭାଗିରଥୀ ସେନାପତି, ଯୁଗ୍ମ ସମ୍ପାଦକ ସାଥୀ ସୁନିଲ କୁମାର ଗୌଡ଼, କୋଷାଧ୍ୟକ୍ଷ ସାଥୀ ବିରଞ୍ôଚ ନାରାୟଣ ବିଶ୍ୱାଳ, ମାନସ ରଞ୍ଜନ ଦାସ, ଇନ୍ଦ୍ରମଣି ଜେନା, ମନୋରଞ୍ଜନ ସାହୁ, ପରମାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ