ଡ୍ରେସ କୋଡ ଶାଢୀ ପାଇଁ ମହିଳା ମାନଙ୍କ ଙ୍କ ଠାରୁ ଚାନ୍ଦା ଆଦାୟ ଅଭିଯୋଗ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତର ମିଶନ ଶକ୍ତି ଦ୍ଵାରା ପରିଚାଳିତ ମହାସଂଘରେ ବିଭିନ୍ନ ଯୋଜନାର ଫାଇଦା ଉଠାଇବାକୁ ମହିଳା ଗ୍ରୁପ ଙ୍କ ଠାରୁ ଚାନ୍ଦା ଆଦାୟ ହେଉଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି। ଏନେଇ କେତେକ ମହିଳା ସଙ୍ଘ ପକ୍ଷରୁ କାକଟପୁର ବ୍ଲକ ବିଡ଼ିଓ, ଶିଶୁ କଲ୍ୟାଣ ଉନ୍ନୟନ ଅଧିକାରୀ, ଓଡିଶା ଜୀବନ ଜୀବିକା ମିଶନ ଓ ବ୍ଳକ୍ ଅଧକ୍ଷଙ୍କୁ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ମହିଳା ମହାସଂଘ ନିର୍ଦ୍ଦେଶରେ କେତେକ ସିଆରପି ଓ ଈସି ସଭ୍ୟା ଚାନ୍ଦା ଆଦାୟ କରୁଛନ୍ତି। ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗରୁ ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥ ଓ ଆବଶ୍ୟକ ସ୍କିମ୍ ଗୁଡ଼ିକର ଫାଇଦା ଉଠାଇବାକୁ ମହିଳା ଗ୍ରୁପ ଙ୍କ ଠାରୁ ଚାନ୍ଦା ଆଦାୟ ହେଉଥିବା ନେଇ ଅଭିଯୋଗ ହୋଇଛି।ଡ୍ରେସ୍ କୋଡ ଶାଢୀ କିଣିବାକୁ ଆସିଥିବା ୧ ହଜାର ଟଙ୍କା ପାଇଁ ଜଣ ପିଛା ୨୦୦ ଟଙ୍କା ଲେଖାଏଁ ଆଦାୟ କରାଯାଉଛି। ଏ ନେଇ କୁରୁଜଙ୍ଗ ପଞ୍ଚାୟତ ଯମରା ଗ୍ରାମର ଦୁଇଟି ମହିଳା ଗୋଷ୍ଠୀ ଶୁନ୍ୟବ୍ରହ୍ମ ମହିଳା ଗ୍ରୁପ ଓ ଜନନୀ ସ୍ଵଂୟ ସହାୟକ ଗୋଷ୍ଠୀ ବ୍ଲକ ସିଡିପିଓ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମାନଙ୍କ ପାଇଁ ଆସୁଥିବା ବିଭିନ୍ନ ଯୋଜନା ଗୁଡ଼ିକର ଫାଇଦା ପାଇଁ ମଧ୍ଯ ଟଙ୍କା ଆଦାୟ କରାଯାଉଛି ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି। ମହିଳା ମହାସଂଘର ନିର୍ଦ୍ଦେଶରେ କେତେକ ସିଆରପି ଓ ଇସି ମେମ୍ବର ଏପରି କରୁଥିବା ଅଭିଯୋଗ ଉଠାଇଛନ୍ତି ମହିଳା ମାନେ। ମିଶନ ଶକ୍ତି ପକ୍ଷରୁ ସିଆରପି ଓ ଇସି ମେମ୍ବର୍ ମାନଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଥିବା ବେଳେ ଟଙ୍କା ଟିଏ ବି ଲାଞ୍ଚ ନେବା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ କେତେକ ଅସାଧୁ ସିଆରପି ଓ ଇସି ମେମ୍ବର୍ ଟଙ୍କା ଆଦାୟ କରୁଛନ୍ତି। ଯାହା ଦ୍ଵାରା ମିଶନ ଶକ୍ତି ବଦନାମ୍ ହେଉଛି। ତେଣୁ ଏହାକୁ ଗୁରୁତ୍ବ ଦେଇ ତଦନ୍ତ କରାଯାଇ ସଂପୃକ୍ତ ମେମ୍ବରଙ୍କ ଓ କର୍ମୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାକଟପୁର ବିଡ଼ିଓ, ବ୍ଳକ୍ ଅଧକ୍ଷ, ସିଡିପିଓ, ଓ ଏଲ୍ ଏମ ବିଭାଗ, ପୁରୀ ଜିଲ୍ଲାପାଳ, ମିଶନ ଶକ୍ତି ନିର୍ଦ୍ଦେଶିକାଙ୍କ ନିକଟରେ ମହିଳା ମାନେ ଦାବି ଜଣାଇଛନ୍ତି। ଏନେଇ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଭ୍ୟା ଗୀତାଞ୍ଜଳି ବିଶ୍ବାଳ, ସୋଭାରାଣୀ ବିଶ୍ବାଳ, ମିନା ରାଣୀ ବିଶ୍ବାଳ, ସ୍ଵର୍ଣ୍ଣ ଲତା ବିଶ୍ବାଳ, ଋତୁପର୍ଣ୍ଣା ବିଶ୍ବାଳ, ସସ୍ମିତା ବିଶ୍ବାଳ, ସୁପ୍ରିୟା ବିଶ୍ବାଳ, ମିଲି ବିଶ୍ବାଳ, ରିତୁପର୍ଣ୍ଣା ବିଶ୍ଵାଳଙ୍କ ସହ ୨୦ରୁ ଉର୍ଦ୍ଧ୍ବ ମହିଳା ଲିଖିତ ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ବ୍ଳକ୍ ପରିସରରେ ସେମାନେ ସମ୍ମିଳିତ ଭାବେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ